
କେନ୍ଦ୍ରାପଡ଼ା, ୨୦ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟ କରୁଥିବା ବ୍ୟାଙ୍କ ସମୁହଙ୍କ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଲିଡ୍ ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ରଘୁରାମ୍.ଆର୍. ଆୟାର ଅଧ୍ୟକ୍ଷତା କରିଥିଲେ। ଲିଡ୍ ବ୍ୟାଙ୍କ ଅଧିକାରୀ(ଏଲ୍ଡିଏମ୍) ରମାକାନ୍ତ ମାଝିଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ବ୍ୟାଙ୍କମାନଙ୍କର ଋଣ ପ୍ରଦାନ ଓ ଆଦାୟ ଉପରେ ସମୀକ୍ଷା କରାଯାଇଥିଲା। ବୈଠକରେ ଲାଇନ୍ ଡିପାର୍ଟମେଂଟମାନେ ବ୍ୟାଙ୍କକୁ ଦେଉଥିବା ଲକ୍ଷକୁ ପୂରଣ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଯଥା କୃଷିଋଣ, ବାଣିଜ୍ୟ ଋଣ, କ୍ଷୁଦ୍ର ବ୍ୟବସାୟୀ ଋଣ, ସ୍ୱୟଂ ସହାୟିକା ଗୋଷ୍ଠୀ ଋଣ, କେସିସି ଋଣ ସହିତ ମୁଖ୍ୟମନ୍ତ୍ରୀ, ଉଦ୍ୟାନ କୃଷି ଯୋଜନା ଋଣ ଯୋଜନା ସମ୍ପର୍କରେ ବିସ୍ତାର ଭାବେ ଆଲୋଚନା କରାଯାଇଥିଲା। ବ୍ୟାଙ୍କ ସମୁହ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଋଣ ପ୍ରଦାନ କରି ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ସହ ସରକାରଙ୍କ ଲକ୍ଷ ପୂରଣରେ ସହାୟତା କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହି ବୈଠକରେ ୨୦୨୬-୨୭ ବାର୍ଷିକ ଋଣ ଯୋଜନା ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଏଥିସହିତ ବ୍ୟାଙ୍କରୁ ଋଣ ନେଇ ଆତ୍ମ ନିର୍ଭରଶୀଳ ହୋଇଥିବା ଏବଂ ଠିକ୍ ସମୟରେ ଋଣ ପୈଠ କରୁଥିବା ବ୍ୟବସାୟୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଆୟୋଜିତ ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଏଲ୍ଡିଓ ଆର୍ଡିଆଇର ଏଲ୍ଡିଓ ଅବିନାଶ ରାଉଳ, ଡିଡିଏମ୍ ନାବାର୍ଡ ସ୍ମିତା ବଡଜେନା, ଆର୍ଏମ୍ଓଜିବି ମନୋଜ କୁମାର ପାତ୍ର, ଆର୍.ଏନ୍.ଏସ୍.ପି.ଆଇ. ପାରାଦୀପ ପୀୟୁଷ ରଂଜନ ସ୍ୱାଇଁ, ଆର୍ଏସ୍ଇଟିଆଇର ଶରତ ଚନ୍ଦ୍ର ଦାସ, ଏସ୍ବିଆଇର ପ୍ରଭାତ କୁମାର ମହାନ୍ତି, ଡିଜିବିଆର୍ଓ ସୁଦ୍ଦୀପ୍ତ ରାଉଳ, ବିଏମ୍, ଡିଜିବି ରାକେଶ କୁମାର ଦାସଙ୍କ ଜିଲ୍ଲାର ସମସ୍ତ ବ୍ୟାଙ୍କର ଶାଖା ପରିଚାଳକ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି