ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଶୀତଳଷଷ୍ଠୀ ଯାତ୍ରା ମିଳିତ କ୍ରିୟାନୁଷ୍ଠାନ କମିଟି
ସମ୍ବଲପୁର, ୨୦ ମଇ(ହି.ସ.) – ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଭୁବନେଶ୍ୱରରେ ସମ୍ବଲପୁରର ସ୍ୱେଛାସେବୀମାନେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଆଗାମୀ ବିଶ୍ୱପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଶୀତଳଷଷ୍ଠୀ ଯାତ୍ରା ମିଳିତ କ୍ରିୟାନୁଷ୍ଠାନ କମିଟି


ସମ୍ବଲପୁର, ୨୦ ମଇ(ହି.ସ.) – ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଭୁବନେଶ୍ୱରରେ ସମ୍ବଲପୁରର ସ୍ୱେଛାସେବୀମାନେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଆଗାମୀ ବିଶ୍ୱପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମିଳିତ କ୍ରିୟାନୁଷ୍ଠାନ କମିଟି(ଝାଡୁଆପଡ଼ା,ନନ୍ଦପଡ଼ା ଓ ମୁଦିପଡ଼ା) ର ସଦସ୍ୟମାନେ ଅନୁରୋଧ କରିଥିଲେ ବୋଲି ଆଜି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାତ୍ରା ଆୟୋଜନ ସମ୍ପର୍କରେ କମିଟୀ ସଦସ୍ୟଙ୍କ ଆଲୋଚନା କରିଛନ୍ତି। ଓଡ଼ିଶାର ଏହି ମହାନ ଯାତ୍ରାର ଉତମ ପରିଚାଳନା ଏବଂ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଝାଡୁଆପଡ଼ା କମିଟିର ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ପାର୍ଥସାରଥୀ ମିଶ୍ର, ନନ୍ଦପଡ଼ାର ସମୀର ରଞ୍ଜନ ବାବୁ, ଫଣୀଭୂଷଣ ମିଶ୍ର, ପ୍ରଭୁଦତ ପଣ୍ଡା ଓ ମୁଦିପଡ଼ାର ସୁନୀଲ ଦାଶ, ସତ୍ୟକାନ୍ତ ମହାପାତ୍ର, ଘନଶ୍ୟାମ ପଟେଲ ଓ ଗଙ୍ଗାଧର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande