ସନ୍ଦେହଜନକ ଅବୈଧ ସମ୍ପର୍କକୁ କେନ୍ଦ୍ର କରି ହତ୍ୟା : ୩ ଯୁବକ ଗିରଫ
ଝାରସୁଗୁଡା, ୨୦ ମଇ (ହି.ସ.)- ଅବୈଧ ସମ୍ପର୍କ ସନ୍ଦେହକୁ କେନ୍ଦ୍ର କରି ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରିବା ଅଭିଯୋଗରେ ଝାରସୁଗୁଡା ସଦର ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ମୃତକଙ୍କ ପରିଚୟ ସରବାହାଲ ଅଞ୍ଚଳର ରୋହିଦାସପଡା ବାସିନ୍ଦା ସୁନ୍ଦର ରୋହିଦାସ (୪୨) । ଅଭିଯୁକ୍ତମାନେ ହେଲେ ରୋହିଦା
ସନ୍ଦେହଜନକ ଅବୈଧ ସମ୍ପର୍କକୁ କେନ୍ଦ୍ର କରି ହତ୍ୟା : ୩ ଯୁବକ ଗିରଫ


ଝାରସୁଗୁଡା, ୨୦ ମଇ (ହି.ସ.)- ଅବୈଧ ସମ୍ପର୍କ ସନ୍ଦେହକୁ କେନ୍ଦ୍ର କରି ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରିବା ଅଭିଯୋଗରେ ଝାରସୁଗୁଡା ସଦର ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ମୃତକଙ୍କ ପରିଚୟ ସରବାହାଲ ଅଞ୍ଚଳର ରୋହିଦାସପଡା ବାସିନ୍ଦା ସୁନ୍ଦର ରୋହିଦାସ (୪୨) । ଅଭିଯୁକ୍ତମାନେ ହେଲେ ରୋହିଦାସପଡାର ହିତେଶ ରୋହିଦାସ (୧୯), ଲିଙ୍ଗା ରୋହିଦାସ (୨୦) ଏବଂ ସରସମାଲର ମଙ୍ଗଳ ସାହୁ (୧୮)।

ପୋଲିସ ସୂଚନା ଅନୁଯାୟୀ, ହିତେଶ ଓ ଲିଙ୍ଗାଙ୍କ ମାଆଙ୍କ ସହ ସୁନ୍ଦରଙ୍କ ଅବୈଧ ସମ୍ପର୍କ ଥିବା ସନ୍ଦେହରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

ସୋମବାର ରାତିରେ ସୁନ୍ଦର ନିଜ ଘରେ ଶୋଇଥିବା ବେଳେ ତିନି ଅଭିଯୁକ୍ତ ଘରକୁ ପ୍ରବେଶ କରିଥିଲେ। ସେମାନେ ପ୍ରଥମେ ଲାଠିରେ ତାଙ୍କୁ ମାଡ଼ ମାରିଥିଲେ। ପରେ ମୁଖ୍ୟ ଅଭିଯୁକ୍ତ ହିତେଶ ସାଇକେଲ କ୍ରାଙ୍କରେ ସୁନ୍ଦରଙ୍କ ମୁଣ୍ଡରେ ଆକ୍ରମଣ କରିଥିବା ପୋଲିସ କହିଛି। ଘଟଣା ପରେ ତିନିଜଣ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ସୁନ୍ଦରଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଝାରସୁଗୁଡା ଏସ୍ପି ଜି.ଆର୍. ରାଘବେନ୍ଦ୍ର କହିଛନ୍ତି, “ରାତି ପ୍ରାୟ ୧୧ଟା ୩୦ରୁ ମଧ୍ୟରାତ୍ରୀ ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ମୁଖ୍ୟ ଅଭିଯୁକ୍ତ ହିତେଶ ସାଇକେଲ କ୍ରାଙ୍କରେ ମୃତକଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ସହ ଭାଇ ଲିଙ୍ଗା ଓ ମଙ୍ଗଳ ସାହୁ ମଧ୍ୟ ଆକ୍ରମଣରେ ସାମିଲ ଥିଲେ।”

ସେ ଆହୁରି କହିଛନ୍ତି ଯେ, ଘଟଣା ପରେ ସଦର ପୋଲିସ ତୁରନ୍ତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏସ୍ଡିପିଓ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ପ୍ରମାଣ ସଂଗ୍ରହ କରିଥିବା ସହ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande