









ସମ୍ବଲପୁର, ୨୦ ମଇ(ହି.ସ.) – ଏବେ ରାଜ୍ୟରେ ମହିଳାଙ୍କ ସ୍ୱାଭିମାନ ଓ ଅଭିମାନ ଉପରେ ଚାଲିଛି କୁଠାରଘାତ। ବିଜୁ ବାବୁଙ୍କ ପରେ ନବୀନ ପଟ୍ଟନାୟକ ହିଁ ମହିଳାଙ୍କୁ ସଂରକ୍ଷଣ ଦେଇଥିଲେ ଦେଇଥିଲେ ବୋଲି ଆଜି ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନାରୀ ଅଧିକାର ଅଭିଯାନରେ ସଚେତନ କରାଇଛନ୍ତି ପୂର୍ବତନ ବିଜେଡ଼ି ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ମହିଳା ଜନତା ଦଳ ପକ୍ଷରୁ “ନାରୀ ଅଧିକାର ଅଭିଯାନ” ଅବସରରେ ବୁଧବାର ଏକ ବିରାଟ ଶୋଭାଯାତ୍ରା, ବିକ୍ଷୋଭ ସମାବେଶ ତଥା ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବି ପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଓ ଯୁଯୋମୁରା କଲ୍ୟାଣ ମଣ୍ଡପ ଠାରୁ ଏକ ବିରାଟ ରାଲିରେ ବିଜେଡ଼ି ମହିଳା କର୍ମୀମାନେ ବାହାରି “ମୋହନ ସରକାର ଡାଉନ୍ ଡାଉନ୍”, “ନବୀନ ପଟ୍ଟନାୟକ ଜିନ୍ଦାବାଦ”, “୩୩ ପ୍ରତିଶତ ମହିଳା ସଂରକ୍ଷଣ ଆମର ଦାବି”, ଆଦି ସରକାର ବିରୋଧୀ ସ୍ଲୋଗାନ ଦେଇ ପ୍ଲାକାର୍ଡ ଧରି ସ୍ଥାନୀୟ କଲ୍ୟାଣ ମଣ୍ଡପରୁ ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ପହଂଚିଥିଲେ ଓ ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେଶ ଏକ୍କାଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ଓ ଏହି ଅବସରରେ ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ବିଜୁ ବାବୁଙ୍କ ପରେ ନବୀନ ପଟ୍ଟନାୟକ ହିଁ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇଥିଲେ ଓ ଓଡିଶାରେ ମହିଳାମାନଙ୍କ ପ୍ରତି ଗତ ୨୦୨୫ ମସିହାରେ ଘଟିଥିବା ଧର୍ଷଣ, ଅପହରଣର ଲମ୍ବା ତାଲିକା ବିଷୟରେ ଉପସ୍ଥିତ ମହିଳାମାନଙ୍କୁ ଅବଗତ କରାଇଥିଲ ଓ କେନ୍ଦ୍ର ଏବଂ ରାଜ୍ୟ ସରକାର ମହିଳାଙ୍କ ସ୍ୱାଭିମାନ ଓ ଅଭିମାନ ଉପରେ କୁଠାରଘାତ କରିଛନ୍ତି ବୋଲି ପ୍ରକାଶ କରି ଆଗାମୀ ଦିନରେ ଗାଁ ଗାଁ ରେ ଏହାର ଜବାବ ମହିଳା ମାନେ ବିଜେପି କୁ ଦେବେ ବୋଲି କହିଥିଲେ ଓ ଏହି ଅବସରରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ କହିଥିଲେ ଯେ ମହିଳା ମାନଙ୍କ ମାନ ସମ୍ମାନ ହାନି କରୁଛନ୍ତି ମୋହନ ସରକାର ଓ ବିଚାର ର ସମୟ ଆସିଛି ଓ ମୋ ପରି ଜଣେ ଗରିବ ମା'ର ପୁଅକୁ ବିଧାୟକ କରି ନବୀନ ପଟ୍ଟନାୟକ ଅଗଣିତ ମା'ଙ୍କୁ ସମ୍ମାନ ଦେଇଛନ୍ତି ବୋଲି କହିଥିଲେ ଓ ଜ଼ିଲ୍ଲା ପରିଷଦ ସଭାନେତ୍ରୀ କୁମୁଦିନୀ ନାୟକ, ରେଢ଼ାଖୋଲ ପଂଚାୟତ ସମିତି ଅଧକ୍ଷ ପ୍ରଦୀପ ପ୍ରଧାନ, ଯୁଯୋମୁରା ପଂଚାୟତ ସମିତି ଅଧକ୍ଷା ମମତା ନାୟକ, ନାକଟିଦେଉଳ ପଂଚାୟତ ସମିତି ଅଧକ୍ଷା ସ୍ୱରୂପାରାଣୀ ସାହୁ, ମାନନେଶ୍ୱର ଜୋନ ୨ ଜ଼ିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳି ପାଣ୍ଡେ, ନାକଟିଦେଉଳ ଜୋନ ୨ ଜ଼ିଲ୍ଲା ପରିଷଦ ସଦସ୍ୟା ପ୍ରିୟମ୍ବଦା ସାହୁ, ନାକଟିଦେଉଳ ବ୍ଲକ ପୂର୍ବତନ ଅଧକ୍ଷା ଗୋଲାପୀ ସାହୁ, ବିଜୁ ମହିଳା ଜନତା ଦଳ ଜୋନ ସଭାନେତ୍ରୀ ସିପ୍ରା ମହାନ୍ତି, ବିଜୁ ମହିଳା ଜନତା ଦଳ ରାଜ୍ୟ ଉପ ସଭାନେତ୍ରୀ ଉଷା ପ୍ରଧାନ, ଜ଼ିଲ୍ଲା ବିଜୁ ମହିଳା ସଭାନେତ୍ରୀ ସଂଯୁକ୍ତା ମେହେର, ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ ସଭାପତି ହୀରାଲାଲ ବେହେରା, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମହାପାତ୍ର, ରେଢ଼ାଖୋଲ ବ୍ଲକ ବିଜେଡି ସଭାପତି ଉଦିତ ତ୍ରିପାଠୀ, ବ୍ଲକ ବିଜେଡି ସଭାପତି ବିନୋଦ ବଡ଼ପଣ୍ଡା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ମହିଳାଙ୍କ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ପ୍ରବଳ ବର୍ଷିଥିଲେ ଓ ପ୍ରାରମ୍ଭରେ ଅତିଥିଗଣ ମା' ସମଲେଶ୍ୱରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତୈଳ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଓ ରେଢ଼ାଖୋଲ ବ୍ଲକ ଉପାଧ୍ୟକ୍ଷା ଚିନ୍ମୟୀ ତ୍ରିପାଠୀ ସଭା ପରିଚାଳନା କରିଥିବା ବେଳେ ଶେଷରେ ମେଘପାଳ ସରପଂଚ ମମତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଓ ଏହି ମହିଳା ଅଧିକାର ଅଭିଯାନ ସମାବେଶରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ମାନେଶ୍ୱର, ନାକଟିଦେଉଳ, ରେଢ଼ାଖୋଲ ଏବଂ ଯୁଯୋମୁରା ବ୍ଲକର ସମସ୍ତ ନିର୍ବାଚିତ ସରପଂଚ, ସମିତି ସଭ୍ୟଙ୍କ ସମେତ ହଜାର ହଜାର ମହିଳା ଯୋଗ ଦେଇଥିଲେ ଓ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରଫୁଲ୍ଲ ମିର୍ଦ୍ଧା, ଅଶ୍ୱିନୀ ଦେହୁରୀ, ବୈରାଗୀ ଦେହୁରୀ, ପ୍ରହଲ୍ଲାଦ ପ୍ରଧାନ, ଲୁଲୁ ନାୟକ, ରିତୁ ଦେହୁରୀ, ଲିଙ୍ଗରାଜ ଦାଶ, ସୁଶୀଲ ବେହେରା, ଇସ ମାଇଲ ଆଜାଦ ବଢ଼େଇ, ଧରଣୀ ନାଗ, ଆଦିତ୍ୟ ନାୟକ, ପଙ୍କଜ ବୁଡ଼େକ, ଧଳ ସେଠ୍, ଗୁଣନିଧି ବିଶ୍ୱାଳ, ସିଧେଶ୍ୱର ପ୍ରଧାନ, ନୃପଶେଖର କୁମୁରା, ଘନ ସାହୁ, ପ୍ରଦୀପ ପରିଡ଼ା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ