ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ମହାସଂଘର ଆଲୋଚନାଚକ୍ର ଅନୁଷ୍ଠିତ
ଭୁବନେଶ୍ୱର, ୨୦ ମଇ (ହି.ସ) - ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ମହାସଂଘର କର୍ମଚାରୀଙ୍କୁ ନେଇ ବୁଧବାର ସ୍ଥାନୀୟ ଜୟଦେବ ଭବନଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ଆବାହକ ଦିଗମ୍ବର ଜେନା ଯୋଗଦେଇ ଆଦର୍ଶ ବିଦ୍ୟାଳୟ କର୍ମଚାରୀମାନଙ୍କର ଦୟନୀୟତା ବ୍ୟବସ୍ଥା ବାବ
dj


ଭୁବନେଶ୍ୱର, ୨୦ ମଇ (ହି.ସ) - ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ମହାସଂଘର କର୍ମଚାରୀଙ୍କୁ ନେଇ ବୁଧବାର ସ୍ଥାନୀୟ ଜୟଦେବ ଭବନଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ଆବାହକ ଦିଗମ୍ବର ଜେନା ଯୋଗଦେଇ ଆଦର୍ଶ ବିଦ୍ୟାଳୟ କର୍ମଚାରୀମାନଙ୍କର ଦୟନୀୟତା ବ୍ୟବସ୍ଥା ବାବଦରେ ଆଲୋଚନା କରିଥିଲେ । ବେତନ ବୃଦ୍ଧି କରିବା , ଇପିଏଫ୍ ୧୨% କଟାଯାଇ ସରକାରଙ୍କ ଇପିଏଫ୍ ଫଣ୍ଡରୁ ୧୩% ଦିଆଯିବା , ହଷ୍ଟେଲ୍ରେ ଥିବା ପିଲାମାନଙ୍କ ସ୍ୱାସ୍ଥ୍ୟ ତତ୍ୱାବଧାନ ନିମନ୍ତେ ଏ.ଏନ୍.ଏମ୍. ନିଯୁକ୍ତି ,ସ୍ୱତନ୍ତ୍ର ଫ୍ୟାମିଲି କ୍ୱାର୍ଟର , କାର୍ଯ୍ୟରତ ସମୟରେ ହଠାତ୍ ଦୁର୍ଘଟଣା ଘଟିଲେ କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯାଉ, ଅବସରକାଳୀନ ପେନ୍ସନ୍ ବ୍ୟବସ୍ଥା , ସରକାରଙ୍କ ନିୟମ ଅନୁସାରେ ୬ ବର୍ଷରୁ ଅଧିକ କାର୍ଯ୍ୟ କରିଥିବା ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ କରିବା ବ୍ୟବସ୍ଥାରେ ସାମିଲ୍ କରାଯାଉ ବୋଲି ସାଧାରଣ ସମ୍ପାଦିକା ଲିଲିମା ଡୁଙ୍ଗଡୁଙ୍ଗ ଦାବି ଜଣାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande