ଆଜି ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ
ଭୁବନେଶ୍ଵର, ୨୦ ମଇ (ହି.ସ.)- ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପାଇବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ଏକସଙ୍ଗେ ପ୍ରକାଶ ପାଇବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ସିଏଚ୍ଏସ୍ଇ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକାକୁ ଗଣଶି
ଆଜି ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ


ଭୁବନେଶ୍ଵର, ୨୦ ମଇ (ହି.ସ.)- ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପାଇବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ଏକସଙ୍ଗେ ପ୍ରକାଶ ପାଇବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ସିଏଚ୍ଏସ୍ଇ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକାକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉନ୍ମୋଚନ କରିବେ।

ଅପରାହ୍ଣ ୩ଟାରେ ୱେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ https://results.odisha.gov.in ଓ https://results.digilocker.gov.in ୱେବସାଇଟ୍ରେ ନିଜ ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ପରୀକ୍ଷାଫଳ ଦେଖିପାରିବେ। ଏହାସହ ସାମସ୍ ଇ-କଲେଜ ସ୍ପେସ୍ରେ ମଧ୍ୟ ପରୀକ୍ଷାଫଳ ଉପଲବ୍ଧ ହେବ। ଚଳିତ ବର୍ଷ ପ୍ରାୟ ୪ ଲକ୍ଷ ପରୀକ୍ଷାର୍ଥୀ ଫଳାଫଳ ପ୍ରକାଶକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande