
ଭୁବନେଶ୍ୱର, ୨୦ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ସର୍ବାଧିକ ୪୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କୋରାପୁଟ ଜିଲ୍ଲାର ସିମିଳିଗୁଡାରେ ୩୪.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଚନ୍ଦୁଆରେ ୨୬.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ସାରସକଣାରେ ୨୪.୦ ମି.ମି., ମୋରଡାରେ ୨୩.୦ ମି.ମି., କୋରାପୁଟ ଜିଲ୍ଲାର କୋଟପାଡରେ ୨୧.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ୨୦.୦ ମି.ମି., ଶୁଳିଆପଦାରେ ୧୭.୦ ମି.ମି., ଜଗତସିଂହପୁର ଜିଲ୍ଲାର ଜଗତସିଂହପୁରରେ ୧୬.୪ ମି.ମି., କୋରାପୁଟ ଜିଲ୍ଲାର ପଟାଙ୍ଗିରେ ୧୫.୨ ମି.ମି., କୋରାପୁଟରେ ୧୫.୦ ମି.ମି., ବାଲେଶ୍ୱର ଜିଲ୍ଲାର ରାଜଘାଟରେ ୧୪.୬ ମି.ମି. ଏବଂ ବାଲେଶ୍ୱରରେ ୧୪.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବୁଧବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ