
ଭୁବନେଶ୍ୱର, ୨୦ ମଇ (ହି.ସ)- ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ସ୍ଥଗିତ ଘୋଷଣା କରିଛି ଫିରୋଜପୁର କ୍ୟାଂଟନମେଂଟ ଜଗନ୍ନାଥ ମନ୍ଦିର। ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ପଞ୍ଜାବର ଜଗନ୍ନାଥ ମନ୍ଦିର ରଥଯାତ୍ରା ସ୍ଥଗିତ ଘୋଷଣା କରିଛି। ଫିରୋଜପୁର କ୍ୟାଂଟନମେଂଟ ଜଗନ୍ନାଥ ମନ୍ଦିର ମେ ୨୩ରେ ରଥଯାତ୍ରା ପାଇଁ ଆୟୋଜନ କରିଥିଲା। ପୁରୀ ଶ୍ରୀମନ୍ଦିରର ବିରୋଧ ପରେ ଧାର୍ଯ୍ୟ ତିଥି ଜୁଲାଇ ୧୬ରେ ରଥଯାତ୍ରା କରିବା ପାଇଁ ସହମତି ଜଣାଇଛି। ଫିରୋଜପୁର ଜିଲ୍ଲାପାଳ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା