ବିଜେପି ସମ୍ବିଧାନକୁ ନଷ୍ଟ କରିଦେଇଛି- ରାହୁଲ ଗାନ୍ଧୀ
ରାୟବରେଲି, ୨୦ ମଇ (ହି.ସ.)- ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଆଦର୍ଶବାଦୀ ସଂଗଠନଗୁଡ଼ିକ ସମ୍ବିଧାନକୁ ନଷ୍ଟ କରିଦେଇଛନ୍ତି । ସବୁଆଡେ ସେମାନଙ୍କର ଆଦର୍ଶଗତ ସଂଗଠନର ଲୋକମାନେ ଦଖଲ କରି ରହିଛନ୍ତି । ଏବେ ସମ୍ବିଧାନକୁ ବଂଚାଇବା ଆପଣ ସମସ୍
ବିଜେପି ସମ୍ବିଧାନକୁ ନଷ୍ଟ କରିଦେଇଛି- ରାହୁଲ ଗାନ୍ଧୀ


ରାୟବରେଲି, ୨୦ ମଇ (ହି.ସ.)- ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଆଦର୍ଶବାଦୀ ସଂଗଠନଗୁଡ଼ିକ ସମ୍ବିଧାନକୁ ନଷ୍ଟ କରିଦେଇଛନ୍ତି । ସବୁଆଡେ ସେମାନଙ୍କର ଆଦର୍ଶଗତ ସଂଗଠନର ଲୋକମାନେ ଦଖଲ କରି ରହିଛନ୍ତି । ଏବେ ସମ୍ବିଧାନକୁ ବଂଚାଇବା ଆପଣ ସମସ୍ତଙ୍କର ଦାୟିତ୍ୱ ।

ଉତର ପ୍ରଦେଶ ଗସ୍ତର ଦ୍ୱିତୀୟ ଦିନ ବୁଧବାର ଦିନ ଲୋଧୱାରୀ ଠାରେ ସହିଦ ବୀରା ପାସିଙ୍କ ପ୍ରତିମୂର୍ତି ଅନାବରଣ କରିବା ପରେ ରାହୁଲ ଗାନ୍ଧୀ ଏକ ବହୁଜନ ସ୍ୱାଭିମାନୀ ସଭାକୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କ ପାଇଁ କିଛି ଆପତିଜନକ ଶବ୍ଦ ମଧ୍ୟ କହିଥିଲେ । ଦେଶକୁ ମହାତ୍ମା ଗାନ୍ଧୀ ଏବଂ ଆମ୍ବେଦକରଙ୍କ ଆବଶ୍ୟକତା ରହିଛି ବୋଲି ରାହୁଲ କହିଥିଲେ । ଏହି ଲୋକମାନେ ସମ୍ବିଧାନକୁ ଚିରି ଫିଙ୍ଗି ଦେଇଛନ୍ତି । ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍. ଜି. ଏନ୍. ଆର.ଇ. ଜି. ଏସ.) ବନ୍ଦ ହୋଇଗଲା । ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିଜର କୁଳପତିଙ୍କୁ ଅଧିଷ୍ଠିତ କରାଇଛନ୍ତି, ଯେଉଁମାନେ କିଛି ଜାଣନ୍ତି ନାହିଁ । ସେମାନେ କେବଳ ସମ୍ବିଧାନର ଧଜିଆ ଉଡାଉଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି, ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି । ଆର୍ôଥକ ବ୍ୟବସ୍ଥା ଭୁଶୁଡ଼ି ପଡ଼ୁଛି, କିନ୍ତୁ ପ୍ରଧାନମନ୍ତ୍ରୀ ବିଦେଶ ଯାତ୍ରା କରୁଛନ୍ତି । ସେ ଅନ୍ୟମାନଙ୍କୁ ବିଦେଶ ଯିବାକୁ ବାରଣ କରୁଛନ୍ତି । ଯେତେବେଳେ ନିଷ୍ପତି ନେବାର ସମୟ ଆସିଛି, ସେତେବେଳେ ଜନତାଙ୍କୁ ଛାଡି ବାହାରେ ବୁଲୁଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ ସବୁଥର ପରି ପ୍ରଧାନମନ୍ତ୍ରୀ କହିବେ ଯେ ତାଙ୍କର କୌଣସି ଦୋଷ ନାହିଁ । ଯେତେବେଳେ ଆର୍ôଥକ ଝଡ଼ ଆସିବାକୁ ଯାଉଛି, ଆପଣ ସମସ୍ତଙ୍କୁ କଷ୍ଟ ସହିବାକୁ ପଡ଼ିବ । ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ଆପଣଙ୍କୁ ବଂଚାଇ ପାରିବେ ନାହିଁ । ସ୍ଥାନୀୟ ସାଂସଦ ରାହୁଲ ଗାନ୍ଧୀ ଲୋକମାନଙ୍କୁ କହିଥିଲେ ଯେ, ଏବେ ଚୁପ୍ ରହିବାର ସମୟ ନୁହେଁ । ଏବେ ଉଠି ଠିଆ ହେବାର ସମୟ । ସ୍ୱର ଉତୋଳନ କରିବାର ଆବଶ୍ୟକତା ରହିଛି । ଏହାପୂର୍ବରୁ ରାହୁଲ ଗାନ୍ଧୀ ଅମର ସହିଦ ବୀରା ପାସିଙ୍କ ପ୍ରତିମୂର୍ତିକୁ ଉନ୍ମୋଚନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande