
ଜୟପୁର, ୨୦ ମଇ(ହି.ସ.) – ରୟାଲ ଜୁନିଅର କଲେଜ ଲାଗି ଗୌରବ ଆଳିଛନ୍ତି ଯୁକ୍ତଦୁଇ ବାଣିଜ୍ୟରେ ସ୍ୱୟପ୍ସଶ୍ରୀ ଚୌଧୁରୀ(୫୪୬) ଓ ବିଜ୍ଞାନରେ ଶ୍ରୀୟାଶ୍ରୀ ସାବତ ଓ ସମୀକ୍ଷା ମଣ୍ଡଳ ଉଭୟେ ଯୁଗ୍ମ ଭାବେ ୫୬୨ ମାର୍କ ରଖି କଲେଜ ଟପର ହୋଇଥିବା କହିଛନ୍ତି କଲେଜ ନିର୍ଦ୍ଦେଶକ ଅଜିତ ପାତ୍ର।
ଶ୍ରୀ ପାତ୍ରଙ୍କ ସୂଚନା ଅନୁଯାୟୀ ବାଣିଜ୍ୟରେ କଲେଜର ମୋଟ ୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୪୧ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୩ଜଣ ଏବପ୍ସ ତୃତୀୟ ଶ୍ରେଣୀରେ ୧୪ ଜଣ ଉତୀର୍ଣ୍ଣ ହୋଇଛନ୍ତି। ସେହିପରି ବିଜ୍ଞାନରେ ମୋଟ ୧୦୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୭୮, ଦ୍ୱିତୀୟ ଶ୍ରେଣୀରେ ୧୪ ଓ ତୃତୀୟ ଶ୍ରେଣୀରେ ୧୦୨ଜଣ ପାସ୍ କରିଛନ୍ତି। ୧୦ ଜଣ ଛାତ୍ର ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ରଖି କଲେଜ ଲଗି ଗୌରବ ଆଣିଛନ୍ତି। ସଫଳତାର ସହ ଉତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜ ପକ୍ଷରୁ ଅଭିନନ୍ଦନ ଜଣାଇ ଦିଆଯାଇଛି। ସେମାନଙ୍କ ଭବିଷ୍ୟତର ଉଜ୍ୱଳ କାମନା କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି