ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ସମାଧାନ ସମାରୋହ ୨୦୨୬
ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ସମାଧାନ ସମାରୋହ ୨୦୨୬
ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ସମାଧାନ ସମାରୋହ ୨୦୨୬


ସମ୍ବଲପୁର, ୨୦, ମେ (ହି.ସ.)

ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ବିଶେଷ ଲୋକ ଅଦାଲତ । 'ସହଭାଗୀ ନ୍ୟାୟ' ଏବଂ 'ଲୋକଙ୍କ ନିକଟରେ ନ୍ୟାୟିକ ସେବା' ପରିକଳ୍ପନାକୁ ଆଗକୁ ବଢ଼ାଇବା ପାଇଁ ଦେଶବ୍ୟାପୀ ମଧ୍ୟସ୍ଥତାଭିଭିକ ବିଚାର ଏବଂ ବିବାଦର ସଦ୍ଭାବନାପୂର୍ଣ୍ଣ ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପଦକ୍ଷେପ 'ସମାଧାନ ସମାରୋହ' କୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଆୟୋଜନ କରୁଛନ୍ତି । ୨୦୨୬ ଏପ୍ରିଲ ୨୧ ତାରିଖରେ ଏହି ସମାଧାନ ସମାରୋହ ଉଦଘାଟନ ହେବା ପରେ ୨୧, ୨୨, ୨୩ ତାରିଖ ତିନିଦିନ ପର୍ଯ୍ୟନ୍ତ ଚାଲିବା ପରେ ୨୩ ତାରିଖରେ ଉଦଯାପିତ ହେବ । ଏହି ବିଶେଷ ଲୋକ ଅଦାଲତର ଉଦ୍ଦେଶ୍ୟ ହେଉଛି ସହମତି ଆଧାରିତ ସମାଧାନ ବ୍ୟବସ୍ଥା ମାଧ୍ୟମରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସମ୍ମୁଖରେ ବିଚାରାଧୀନ ମାମଲାର ସୌହାର୍ଦ୍ଧ୍ୟପୂର୍ଣ୍ଣ ସମାଧାନକୁ ସୁଗମ କରିବା । ଏହି ସମାରୋହରେ ଉଥ୍ପାପିତ ବିଭିନ୍ନ ବିବାଦର ପ୍ରଭାବଶାଳୀ ସମାଧାନରେ ସମସ୍ତ ଅଧିବକ୍ତା, ମକଦ୍ଦମାକାରୀ ଏବଂ ଅଂଶୀଦାରମାନଙ୍କୁ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଏବଂ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ପକ୍ଷମାନେ ସେମାନଙ୍କ ବିବାଦର ସମାଧାନ ପାଇଁ ଉଭୟ ବ୍ୟକ୍ତିଗତ ଭାବେ କିମ୍ବା ଅନଲାଇନ୍ ପ୍ଲାଟଫର୍ମରେ ଆଭାସୀ ମାଧ୍ୟମରେ ଉପସ୍ଥିତ ରହିପାରିବେ ।

କିପରି ଆବେଦନ କରିବେ-

ପକ୍ଷମାନେ ଏବଂ ସେମାନଙ୍କର ଅବକ୍ତାମାନେ ନିମ୍ନଲିଖିତ ସ୍ଥାନରେ ନିର୍ଦ୍ଧାରିତ ଗୁଗୁଲ୍ ଫର୍ମ ପୂରଣ କରି ସେମାନଙ୍କର ଅନୁରୋଧ ଦାଖଲ କରିପାରିବେ :

ଗୁଗୁଲ୍ ଫର୍ମ ପୂରଣ କରିବାର ଶେଷ ତାରିଖ : ୩୧ ମଇ ୨୦୨୬

ସମସ୍ତ ପ୍ରକାରର ସହାୟତା ଓ ଆବଶ୍ଯକୀୟ ସୂଚନା ପାଇଁ ଯୋଗାଯୋଗ ଠିକଣା-

'ସମାଧାନ ସମାରୋହ (ବିଶେଷ ଲୋକ ଅଦାଲତ) ନିମନ୍ତେ ୱାନ ଷ୍ଟପ ସେଣ୍ଟର (ୱାର ରୁମ୍)ର ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ଯୋଗାଯୋଗ ନମ୍ବର

୦୧୧-୨୩୧୧୨୪୨୮,

୦୧୧-୨୩୧୧୨୫୨୮ ।

ୱାନ୍ ଷ୍ଟପ୍ ସେଣ୍ଟର କକ୍ଷ ସଂଖ୍ୟା ୮୦୬ ଏବଂ ୮୦୮ ବି' ବ୍ଲକ୍, ଅତିରିକ୍ତ ବହୁତଳ ବିଶିଷ୍ଟ ଅଟ୍ଟାଳିକା, ଭାରତର ସର୍ବୋଚ୍ଚ ନ୍ୟାୟାଳୟ ।

ଲ୍ୟାଣ୍ଡଲାଇନ୍ ନମ୍ବର ୦୧୧-୨୩୧୧୬୪୬୪

୦୧୧୨୩୧୧୬୪୬୫

ନିର୍ଦ୍ଦେଶକ, ସି.ଆର୍.ପି.ଙ୍କ ଯୋଗାଯୋଗ ନମ୍ୱର ୦୧୧୨୩୧୧୫୬୫୨

ଏହି ସୂଚନା ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଜନହିତରେ ଜାରି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande