
ଖୋର୍ଦ୍ଧା, ୨୦ ମେ (ହି.ସ.) - ଗତ କାଲି ସ୍ୱତନ୍ତ୍ର ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷ ଭୁବନେଶ୍ୱର ଠାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପରିପ୍ରେକ୍ଷୀରେ ରାଜନୈତିକ ଦଳ ଏବଂ ଜିଲ୍ଲା ପ୍ରଶାସନ ମିଳିତ ବୈଠକ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର, ବେଉରା ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଭୁବନେଶ୍ୱର ରମେଶ ଚନ୍ଦ୍ର ଜେନା, ଉପଜିଲ୍ଲାପାଳ ଖୋର୍ଦ୍ଧା ସଂକଳ୍ପ ସ୍ୱସ୍ତିକ ସାହୁ, ଡେପୁଟି କଲେକ୍ଟର ରଞ୍ଜନ କୁମାର ମହାନ୍ତି, ସଂଗ୍ରାମ କିଶୋର ଜେନା ପ୍ରମୁଖ ଯୋଗ ଦେଇଥିବା ବେଳେ ରାଜନୈତିକ ଦଳ ମଧ୍ୟରେ ଭାରତୀୟ ଜାତୀୟ କଂଗ୍ରେସ ର ଜିଲ୍ଲା ସାଧାରଣ ସମ୍ପାଦକ ସୌମ୍ୟ ପଟ୍ଟନାୟକ, ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ସାହୁ, ଭାରତୀୟ ଜନତା ପାଟି ଖୋର୍ଦ୍ଧା ଜିଲ୍ଲା ଉପ ସଭାପତି ନରେନ୍ଦ୍ର ବଡ଼ ଜେନା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଭାରତର ନିର୍ବାଚନ କମିଶନ ତା ୦୧,୦୭,୨୦୨୬ କୁ ନୂତନ ଭୋଟର ମାନଙ୍କ ନିମନ୍ତେ ଯୋଗ୍ୟତା ତାରିଖ ରଖିଛନ୍ତି । ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ କେହି ହେଲେ ଜଣେ ଯୋଗ୍ୟ ଭୋଟର , ଯେପରି ତାଲିକାରୁ ବାଦ ନ ପଡନ୍ତୁ ଏବଂ କେହି ହେଲେ ଜଣେ ଅଯୋଗ୍ୟ ଭୋଟର, ତାଲିକାରେ ନ ରୁହନ୍ତୁ ସଂଶୋଧନର ମୂଳ ଲକ୍ଷ ଅଟେ । ଏହି ସ୍ୱତନ୍ତ୍ର ତୀବ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ଯୋଗ୍ୟତା ତାରିଖ ୦୧,୦୭,୨୦୨୬ ରିଖ ଥିବା ବେଳେ ପ୍ରସ୍ତୁତି ,ତାଲିମ ଓ ପ୍ରିନଟିଙ୍ଗ ୨୦.୦୫ ,୨୦୨୬ ରୁ ୨୯ , ୦୫ ,୨୦୨୬, ବୁଥ ଲେବଲ ଅଫିସର ଘର ଘର ବୁଲି ତଥ୍ୟ ସଂଗ୍ରହ କରିବା ୩୦,୦୫,୨୦୨୬ରୁ ୨୮,୦୬,୨୦୨୬ , ମତଦାନ କେନ୍ଦ୍ର ସଙ୍ଗତି କରଣ ପାଇଁ ତା ୨୮.୦୬.୨୦୨୬ ରିଖ, ଭୋଟର ତାଲିକା ପ୍ରକାଶନ ପାଇଁ ତା ୦୫.୦୬.୨୦୨୬ ରିଖ , ଆପତି ଅଭିଯୋଗ ଗ୍ରହଣ କାରିବା ନିମନ୍ତେ ତା ୦୫ ୦୭ ୨୦୨୬ରୁ ୦୪,୦୮.୨୦୨୬ ରିଖ ପର୍ଯ୍ୟନ୍ତ, ଆପତି ଅଭିଯୋଗର ସମାଧାନ ନିମନ୍ତେ ୫.୦୭.୨୦୨୬ ରୁ ୦୨.୦୯.୨୦୨୬ ଏବଂ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ପାଇଁ ତା ୦୬/୦୯/୨୦୨୬ରିଖ ନିର୍ବାଚନ କମିଶନ ପକ୍ଷରୁ ସ୍ଥିର କରାଯାଇଅଛି । ସେହି ପରି ଭୋଟର ତାଲିକାରେ ନାମ ଯୋଗକରିବା ନିମନ୍ତେ ,ନାମ କାଟିବା ନିମନ୍ତେ ଏବଂ ପରିବର୍ତନ ନିମନ୍ତେ ନାଗରିକ ମାନେ ଅନଲାଇନ ଇ. ସି .ଆଇ ନେଟ ବ୍ୟବହାର କରିପାରିବେ । ଏହି ସ୍ୱତନ୍ତ୍ର ଭୋଟର ତାଲିକା ତୀବ୍ର ସାଂଶୋଧନ କାର୍ଯ୍ୟକୁ ସମସ୍ତ ରାଜନୈତିକ ଦଳ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ସହଯୋଗ କରି ଖୋର୍ଦ୍ଧା ଜିଲାରେ ଏସ ଆଇ ଆର କାର୍ଯ୍ୟକୁ ତୃଟିଶୁନ୍ୟ କରିବାକୁ ଅଧ୍ୟକ୍ଷ ବୈଠକରେ ରାଜନୈତିକ ନେତ୍ରୁ ବର୍ଗଙ୍କ ସହାୟତା ଲୋଡ଼ିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରାକେଶ