
ବଲାଙ୍ଗିର, 20 ମେ (ହି.ସ.)
ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ପକ୍ଷରୁ ଆସନ୍ତା ୨୨ ତାରିଖରୁ ପ୍ରସ୍ତାବିତ ନାଟ୍ୟ କର୍ମଶାଳା ସାମୟିକ ଭାବେ ସ୍ଥଗିତ ହୋଇଛି। ଉକ୍ତ କର୍ମଶାଳା ୨୨ ତାରିଖରୁ ଆରମ୍ଭ ହୋଇ ଜୁନ ୬ ତାରିଖ ଯାଏଁ ଚାଲିବାର ଥିଲା। କିନ୍ତୁ ବର୍ତ୍ତମାନ ବର୍ଦ୍ଧିଷ୍ଣୁ ଗ୍ରୀଷ୍ମ ପ୍ରବାହ ଓ ଅତ୍ୟଧିକ ତାତି ଯୋଗୁଁ ଅଭିଭାବକମାନେ ଏହାକୁ ସ୍ଥଗିତ କରି ପରବର୍ତ୍ତୀ ସମୟରେ ପୁନଃ ଆୟୋଜନ କରିବାକୁ ଅନୁରୋଧ କରିଥିଲେ। ଅଭିଭାବକଙ୍କ ଅନୁରୋଧ ଓ ପିଲାଙ୍କ ହିତକୁ ଦୃଷ୍ଟିରେ ରଖି କର୍ମଶାଳକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚିତ କରାଯିବ ବୋଲି ଭୂମିକାର ସମ୍ପାଦକ ଶକ୍ତିଦତ୍ତ ମିଶ୍ର କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ