ଭୟାବହ ସଡ଼କ ଦୁର୍ଘଟଣା : ସୁବର୍ଣପୁର ଜିଲା ବିଜେଡି ସଭାପତି ଗୁରୁତର
ବଲାଙ୍ଗିର, ୨୦ ମଇ (ହି.ସ.)- ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥର ସାଲେଭଟା ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ସୁବର୍ଣ୍ଣପୁର ଜିଲା ବିଜେଡି ସଭାପତି ସରୋଜ କମ୍ପ ଗୁରୁତର ଆହତ ହୋଇଛନ୍ତି। ସେ ବରଗଡରୁ ନିଜ ଘରକୁ ଫେରୁଥିବାବେ
ଭୟାବହ ସଡ଼କ ଦୁର୍ଘଟଣା:   ସୁବର୍ଣପୁର ଜିଲା ବିଜେଡି ସଭାପତି ଗୁରୁତର


ବଲାଙ୍ଗିର, ୨୦ ମଇ (ହି.ସ.)- ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥର ସାଲେଭଟା ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ସୁବର୍ଣ୍ଣପୁର ଜିଲା ବିଜେଡି ସଭାପତି ସରୋଜ କମ୍ପ ଗୁରୁତର ଆହତ ହୋଇଛନ୍ତି। ସେ ବରଗଡରୁ ନିଜ ଘରକୁ ଫେରୁଥିବାବେଳେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରେଲରକୁ ତାଙ୍କ ଗାଡ଼ି ଧକ୍କା ଦେଇଥିଲା।

ଦୁର୍ଘଟଣା ଖବର ପାଇ ସାଲେଭଟା ଫାଣ୍ଡି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ି ଭିତରେ ଫସିଥିବା ଆହତମାନଙ୍କୁ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସରୋଜ କମ୍ପଙ୍କୁ ବରଗଡର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ତାଙ୍କ ଡ୍ରାଇଭର ଧନଞ୍ଜୟ କଲତା ମଧ୍ୟ ଗୁରୁତର ଆହତ ହୋଇଥିବା ସାଲେଭଟା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande