ଅରୁନ୍ଧତୀ ଜୁଏଲାରୀ ଆଗରେ କର୍ମଚାରୀଙ୍କ ହୋହଲ୍ଲା
Puri , odisha, 20 ମେ (ହି.ସ.) ଅରୁନ୍ଧତୀ ଜୁଏଲାରୀ ଆଗରେ କର୍ମଚାରୀଙ୍କ ହୋହଲ୍ଲା ପୁରୀ,୨୦/୫- ବଡଦାଣ୍ଡ ବଗଲା ଧର୍ମଶାଳା ସମ୍ମୁଖରେ ଥିବା ଅରୁନ୍ଧତୀ ଜୁଏଲର୍ସ ଶୋ ରୁମ ଆଗରେ ଜୈନିକ କର୍ମଚାରୀ ହୋହଲ୍ଲା କରୁଥିବା ଦେଖିବାକୁ ବୁଧବାର ଅପରାହ୍ନରେ ଦେଖିବାକୁ ମିଳିଥିଲା । ସେଠାରେ ପୋଲିସ ଗାଡି ସହ
ଅରୁନ୍ଧତୀ ଜୁଏଲାରୀ ଆଗରେ କର୍ମଚାରୀଙ୍କ ହୋହଲ୍ଲା


Puri , odisha, 20 ମେ (ହି.ସ.)

ଅରୁନ୍ଧତୀ ଜୁଏଲାରୀ ଆଗରେ କର୍ମଚାରୀଙ୍କ ହୋହଲ୍ଲା

ପୁରୀ,୨୦/୫- ବଡଦାଣ୍ଡ ବଗଲା ଧର୍ମଶାଳା ସମ୍ମୁଖରେ ଥିବା ଅରୁନ୍ଧତୀ ଜୁଏଲର୍ସ ଶୋ ରୁମ ଆଗରେ ଜୈନିକ କର୍ମଚାରୀ ହୋହଲ୍ଲା କରୁଥିବା ଦେଖିବାକୁ ବୁଧବାର ଅପରାହ୍ନରେ ଦେଖିବାକୁ ମିଳିଥିଲା । ସେଠାରେ ପୋଲିସ ଗାଡି ସହ ଗ୍ରାହକ ଓ ଦେଖଣାହାରୀ ଜମା ହୋଇଥିଲେ । ଗହଳି ଦେଖି କୁମ୍ଭାରପଡା ଥାନାର ପିସିଆର ଭ୍ଯାନ ଲାଗିଥିଲା । ଜୁଏଲାରୀ ମ୍ଯାନେଜର ଓ ହୋହାଲ୍ଲା କରୁଥିବା ଉଭୟ ପକ୍ଷଙ୍କୁ ଥାନାକୁ ଯିବାକୁ କହିଥିଲା । ସେଠାରୁ ଶୁଣିବାକୁ ମିଳିଥିଲା ଯେ ଉକ୍ତ କର୍ମଚାରୀଙ୍କ ଗୋଲ୍ଡ ସିକ୍କିମରେ ୩ ଲକ୍ଷ ୪୫ ହଜାର ଟଙ୍କା ଜମା କରିଥିଲେ । ସେହି ଟଙ୍କା ପାଇବା ପାଇଁ କର୍ମଚାରୀ ତିନିମାସ ଧରି ମାଗୁଥିବା ବେଳେ କର୍ମଚାରୀଙ୍କୁ ଦେଇନଥିଲେ । ଏହି ଘଟଣା ସମାଧାନ ପାଇଁ କର୍ପୋରେଟ ଅଫିସକୁ ଡାକିଥିଲେ । ଓ କହିଥିଲେ ତୁମ ଟଙ୍କା ଫେରିପାଇବ ଓ କାଲିଠାରୁ ତୁମେ ଜୁଏଲାରୀ କୁ ଆସିବ ନାହିଁ । ତୁମ ଚାକିରିରୁ ବିଦା କରାଯାଇଛି । ଏହି ଘଟଣାକୁ ନେଇ କର୍ମଚାରୀ ଜୁଏଲାରୀ ଆଗରେ ହୋହାଲ୍ଲା କରିଥିଲେ । କର୍ମଚାରୀଙ୍କ ବାପା ଆସିବାରୁ ତାଙ୍କର ୨ ଲକ୍ଷ ୪୦ ହଜାର ଟଙ୍କା ଆଇଡିବିଆଇ ବ୍ଯାଙ୍କ କୁ ପଠାଯାଇଛି ବୋଲେ କହିଥିଲେ । ହୋହାଲ୍ଲା ଦେଖି ସେଠାରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବାରେ ତାଙ୍କୁ ଜୁଏଲାରୀ ଭିତରକୁ ଛାଡିନଥିଲେ । ଜୁଏଲାରୀ ଖୋଲିବା ଦିନ ଠାରୁ ବହୁ ଅଭିଯୋଗ ଆସୁଛି ବୋଲି ଦେଖଣାହାରୀ ମାନେ କହିଥିଲେ । କିଛିମାସ ତଳେ ସ୍କିମରେ ଗଢା ମଜୁରୀ ଫ୍ରୀ କହି ସେବକ ଯୁବକଙ୍କ ଠାରୁ ଗଢା ମଜୁରୀ ମାଗିବାରୁ ଯୁବକ ହୋହାଲ୍ଲା କରିଥିଲେ । ବିଭିନ୍ନ ସ୍କିମ ଆଳରେ ଜୁଏଲାରୀ ମାଲିକ ବିଭିନ୍ନ ଟାଳଟୁଳ ନୀତି ଦେଖାଉଥିବା ଅଭିଯୋଗ ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande