
ଭୁବନେଶ୍ୱର, ୨୦ ମଇ (ହି.ସ) - ପୂର୍ବରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ନିୟନ୍ତ୍ରଣାଧିନ ଜିଲ୍ଲା କାର୍ଯ୍ୟାଳୟ ଏବଂ ଏହାର ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକର (ମଣ୍ଡଳ ଶିକ୍ଷା ନିରୀକ୍ଷକଙ୍କ କାର୍ଯ୍ୟାଳୟ, ଜିଲ୍ଲା ଶିକ୍ଷା ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାର୍ଯ୍ୟାଳୟଗୁଡ଼ିକ ବ୍ୟତୀତ ) ଅମଲା ପଦବୀଗୁଡ଼ିକ ଜିଲ୍ଲା ରାଜସ୍ୱ ଅମଲା କ୍ୟାଡରର କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା ।
ନୂତନ ନିୟମାବଳୀ ପ୍ରଣୟନ ହେବା ଦ୍ୱାରା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଜିଲ୍ଲା କାର୍ଯ୍ୟାଳୟ ଏବଂ ଏହାର ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକର ମୂଳ ସ୍ତରର ପଦବୀଗୁଡ଼ିକରେ ନିଯୁକ୍ତି ଏବଂ କର୍ମଚାରୀମାନଙ୍କର ପରବର୍ତୀ ପଦୋନ୍ନତି ଏହି ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ରହିବ ।
ନୂତନ ନିୟମ ଅନୁଯାୟୀ, ଚାରୋଟି ସ୍ତରରେ ୧୦୩୨ଟି ପଦବୀ, ଯଥା: କନିଷ୍ଠ ସହାୟକ (୬୩୦), ବରିଷ୍ଠ ସହାୟକ (୨୪୯), ସହକାରୀ ଉପବିଭାଗ ଅଧିକାରୀ (୧୦୦) ଏବଂ ଉପବିଭାଗ ଅଧିକାରୀ (୫୩) ରହିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା