ଓଡିଶା ତାପଜ ଶକ୍ତି ନୀତି ସଂଶୋଧନକୁ କ୍ୟାବିନେଟ୍ ମଂଜୁରୀ
ଭୁବନେଶ୍ୱର, ୨୦ ମଇ (ହି.ସ) - ଓଡିଶା ତାପଜ ଶକ୍ତି ନୀତି, ୨୦୦୮ର କାର୍ଯ୍ୟକ୍ଷମତାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ, ନୀତିକୁ ଅଧିନକ ଆକର୍ଷଣୀୟ କରିବା ଏବଂ ସୁଚାରୁ ଭାବରେ କାର୍ଯ୍ୟାନ୍ୱୟନ କରିବା ପାଇଁ ନିମ୍ନଲିଖ ସଂଶୋଧନଗୁଡ଼ିକୁ ଭବିଷ୍ୟତ ପ୍ରଭାବରେ କାର୍ଯ୍ୟକାରୀ କରାଯାଉଛି। ବର୍ତମାନ ଚାଲୁଥିବ
ଓଡିଶା ତାପଜ ଶକ୍ତି ନୀତି ସଂଶୋଧନକୁ କ୍ୟାବିନେଟ୍ ମଂଜୁରୀ


ଭୁବନେଶ୍ୱର, ୨୦ ମଇ (ହି.ସ) - ଓଡିଶା ତାପଜ ଶକ୍ତି ନୀତି, ୨୦୦୮ର କାର୍ଯ୍ୟକ୍ଷମତାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ, ନୀତିକୁ ଅଧିନକ ଆକର୍ଷଣୀୟ କରିବା ଏବଂ ସୁଚାରୁ ଭାବରେ କାର୍ଯ୍ୟାନ୍ୱୟନ କରିବା ପାଇଁ ନିମ୍ନଲିଖ ସଂଶୋଧନଗୁଡ଼ିକୁ ଭବିଷ୍ୟତ ପ୍ରଭାବରେ କାର୍ଯ୍ୟକାରୀ କରାଯାଉଛି।

ବର୍ତମାନ ଚାଲୁଥିବା ନୀତିର ଧାରା-୩ ଅଧୀନରେ ଥିୀବା ଭବିଷ୍ୟତ ଆଇପିପିଏସ୍ ସହ ପ୍ରସ୍ତାବିତ ଏମଓୟୁ ଶୀର୍ଷକକୁ ସଂଶୋଧନ କରି “ପ୍ରସ୍ତାବିତ ଶବ୍ଦକୁ ବିଲୋପ କରାଯାଇଛି ଏବଂ ଏହା ପରିବର୍ତେ “ଭବିଷ୍ୟତ ଆଇପିପିଏସ ସହ ଏମଓୟୁ” ଭାବେ ପରିବର୍ତିତ ହେବ।

ବର୍ତମାନ ଚାଲୁଥିବା ନୀତିର “ଭବିଷ୍ୟତ ଆଇପିପିଏସ୍ ସହ ପ୍ରସ୍ତାବିତ ଏମଓୟୁ ର ଧାରା-୩ ଅଧୀନରେ ଥିଧବା ଉପ- ଧାରା (୩) କୁ ସଂଶୋଧନ କରାଯାଇ, ବର୍ତମାନ ଥିଭବା ଆଇପିପିଏସ୍ ଠାରୁ ତାପଜ ଶକ୍ତି କେନ୍ଦ୍ରର ୧୪%/୧୨% ଶକ୍ତିକୁ ପରିବର୍ତନଶୀଳ ମୂଲ୍ୟରେ କ୍ରୟ କରିବାର ଅଧିକାର ବଦଳରେ, ତାପଜ ଶକ୍ତି କେନ୍ଦ୍ରରୁ ବାହାରୁଥିବା ଶକ୍ତିର ୫% କୁ ପରିବର୍ତନଶୀଳ ମୂଲ୍ୟରେ କ୍ରୟ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଅସ୍ୱୀକୃତ ଏକ ନାମିତ ସଂସ୍ଥାକୁ ଅଧିକାର ପ୍ରଦାନ କରାଯିବ ।

ଏହା ସହିତ, ସମସ୍ତ ଆଇପିପିଏସ୍ମା ନଙ୍କୁ ସମୟ ସମୟରେ ସରକାର ଏବଂ ବୈଧାନିକ କର୍ତୃପକ୍ଷଙ୍କ ଦ୍ୱାରା ଜାରିକୃତ ପରିବେଶ ମାନଦଣ୍ଡ ଏବଂ ନିର୍ଦ୍ଦେଶାବଳୀକୁ କଠୋର ଭାବରେ ପାଳନ କରିବାକୁ ହେବ ଏବଂ ପରିବେଶ ଉପରେ ପ୍ରଭାବକୁ ସର୍ବନିମ୍ନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ।

........

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande