ପ୍ରତ୍ନତାତ୍ୱିକ କ୍ୟୁରେଟର ସେବା ବର୍ଗ ନିଯୁକ୍ତିକୁ କ୍ୟାବିନେଟ୍ ମଂଜୁରୀ
ଭୁବନେଶ୍ୱର, ୨୦ ମଇ (ହି.ସ) - ରାଜ୍ୟରେ ଆବିଷ୍କୃତ ହୋଇଥିବା ପ୍ରତ୍ନତାତ୍ୱିକ କୀର୍ତିରାଜି ଯଥା: ମନ୍ଦିର ଓ ସ୍ମାରକୀ ଗୁଡିକର ସୁପରିଚାଳନା, ସୁରକ୍ଷା ଏବଂ ସଂରକ୍ଷଣ ଉଦ୍ଦେଶ୍ୟରେ ଓଡିଶା ପ୍ରତ୍ନତାତ୍ୱିକ କ୍ୟୁରେଟର ସେବା ବର୍ଗର ବିଭିନ୍ନ ପଦବୀରେ ନିଯୁକ୍ତି ଓ ପଦୋନ୍ନତି ପାଇଁ ଓଡିଶା ପ୍ରତ୍ନତାତ୍ୱି
ପ୍ରତ୍ନତାତ୍ୱିକ କ୍ୟୁରେଟର ସେବା ବର୍ଗ ନିଯୁକ୍ତିକୁ କ୍ୟାବିନେଟ୍ ମଂଜୁରୀ


ଭୁବନେଶ୍ୱର, ୨୦ ମଇ (ହି.ସ) - ରାଜ୍ୟରେ ଆବିଷ୍କୃତ ହୋଇଥିବା ପ୍ରତ୍ନତାତ୍ୱିକ କୀର୍ତିରାଜି ଯଥା: ମନ୍ଦିର ଓ ସ୍ମାରକୀ ଗୁଡିକର ସୁପରିଚାଳନା, ସୁରକ୍ଷା ଏବଂ ସଂରକ୍ଷଣ ଉଦ୍ଦେଶ୍ୟରେ ଓଡିଶା ପ୍ରତ୍ନତାତ୍ୱିକ କ୍ୟୁରେଟର ସେବା ବର୍ଗର ବିଭିନ୍ନ ପଦବୀରେ ନିଯୁକ୍ତି ଓ ପଦୋନ୍ନତି ପାଇଁ ଓଡିଶା ପ୍ରତ୍ନତାତ୍ୱିକ କ୍ୟୁରେଟର ସେବା(ନିଯୁକ୍ତି ପଦ୍ଧତି ଓ ସେବା ସର୍ତାବଳୀ) ନିୟମ, ୨୦୨୬ ଗଠନ ପ୍ରସ୍ତାବ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଅର୍ଥ ବିଭାଗ ଓ ଆଇନ ବିଭାଗଙ୍କ ଅନୁମୋଦନ ପରେ ଓଡିଶା ଲୋକ ସେବା ଆୟୋଗଙ୍କ ସ୍ୱୀକୃତି ଲାଭ କରିଛି । ମୁଖ୍ୟମନ୍ତ୍ରୀ ମଧ୍ୟ ଉକ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଆଜି ଏହି ନିୟମାବଳୀ ରାଜ୍ୟ କ୍ୟାବିନେଟ ଦ୍ୱାରା ଅନୁମୋଦିତ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande