ବିଧାନସଭା ଦ୍ୱାରା ପ୍ରଣୀତ ୩୫୮ଟି ଅଧିନିୟମ ହେବ ବିଲୋପ
ଭୁବନେଶ୍ୱର, ୨୦ ମଇ (ହି.ସ) - ୧୯୭୪ ରୁ ୨୦୨୫ ମଧ୍ୟରେ ରାଜ୍ୟ ବିଧାନସଭା ଦ୍ୱାରା ପ୍ରଣୀତ ୩୫୮ଟି ଅଧିନିୟମକୁ ଆଇନ ବିଭାଗ ବିଲୋପ ପାଇଁ ଚିହ୍ନଟ କରିଥିଲା, କାରଣ ସେଗୁଡ଼ିକ ଅପ୍ରୟୋଜନୀୟ ଏବଂ ଅପ୍ରଚଳିତ ହୋଇପଡ଼ିଛି। ଉକ୍ତ ଅଧିନିୟମମାନଙ୍କର ଅଧିକାଂଶ ସଂଶୋଧନ ଅଧିନିୟମ ଅଟେ ଏବଂ ସେଗୁଡ଼ିକ କାର୍ଯ୍ୟକାରୀ
ବିଧାନସଭା ଦ୍ୱାରା ପ୍ରଣୀତ ୩୫୮ଟି ଅଧିନିୟମ ହେବ ବିଲୋପ


ଭୁବନେଶ୍ୱର, ୨୦ ମଇ (ହି.ସ) - ୧୯୭୪ ରୁ ୨୦୨୫ ମଧ୍ୟରେ ରାଜ୍ୟ ବିଧାନସଭା ଦ୍ୱାରା ପ୍ରଣୀତ ୩୫୮ଟି ଅଧିନିୟମକୁ ଆଇନ ବିଭାଗ ବିଲୋପ ପାଇଁ ଚିହ୍ନଟ କରିଥିଲା, କାରଣ ସେଗୁଡ଼ିକ ଅପ୍ରୟୋଜନୀୟ ଏବଂ ଅପ୍ରଚଳିତ ହୋଇପଡ଼ିଛି। ଉକ୍ତ ଅଧିନିୟମମାନଙ୍କର ଅଧିକାଂଶ ସଂଶୋଧନ ଅଧିନିୟମ ଅଟେ ଏବଂ ସେଗୁଡ଼ିକ କାର୍ଯ୍ୟକାରୀ ହେବା ପରେ, ସେମାନଙ୍କ ଦ୍ୱାରା କରାଯାଇଥିବା ସଂଶୋଧନ ସମ୍ବନ୍ଧିତ ମୂଳ ଅଧ୍ୱନିୟମରେ ସମାବେଶ ହୋଇଯାଏ। ତେଣୁ, ଏହି ଅଧିନିୟମଗୁଡ଼ିକୁ ଆଉ ଆଇନ ପୁସ୍ତକରେ ରଖୁବାର କୌଣସି ଆବଶ୍ୟକତା ନାହିଁ। ସେହିପରି, କିଛି ଅଧିନିୟମ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଏକକାଳୀନ ବ୍ୟବସ୍ଥା ଭାବେ ପ୍ରଣୀତ ହୋଇଥିଲା, ଯାହା କାର୍ଯ୍ୟକାରୀ ହେବା ପରେ ତାହାର ଆବଶ୍ୟକତା ହରାଇଦିଏ। ଓଡ଼ିଶା ରାଜ୍ୟ ଆଇନ ଆୟୋଗ ତାହାର ୩୦.୦୪.୨୦୨୬ ଏବଂ ୦୬.୦୪.୨୦୨୬ ତାରିଖର ରିପୋର୍ଟ ମାଧ୍ୟମରେ, ଅନ୍ୟାନ୍ୟ ବିଷୟ ସହିତ, ଏହି ୩୫୮ଟି ଅଧିନିୟମକୁ ବିଲୋପ କରିବାକୁ ସୁପାରିଶ କରିଛି, କାରଣ ଏହି ଆଇନଗୁଡ଼ିକ ଅପ୍ରୟୋଜନୀୟ କିମ୍ୱା ଅପ୍ରଚଳିତ ହୋଇପଡ଼ିଛି ଏବଂ ଏହି ପଦକ୍ଷେପ ଲୋକମାନଙ୍କ ମନରୁ ଭ୍ରମ ଦୂର କରିବା ସହିତ ଆଇନ ପୁସ୍ତକର ଭାର କମାଇବାର ଉଦ୍ଦେଶ୍ୟ ପୂରଣ କରିବ।

ଏହିପରି, ଓଡ଼ିଶା ରାଜ୍ୟ ଆଇନ ଆୟୋଗର ସୁପାରିଶକୁ ଗ୍ରହଣ କରିବା ଏବଂ ୨୦୨୬ ର ଓଡ଼ିଶା ବିଲୋପ ବିଲ୍ ପ୍ରଣୟନ ପାଇଁ ପଦକ୍ଷେପ ନେବାକୁ ନିଷ୍ପତି ନିଆଯାଇଛି, ଯାହା ୧୯୭୪ ରୁ ୨୦୨୫ ମଧ୍ୟରେ ପ୍ରଣୀତ ୩୫୮ଟି ଅଧିନିୟମକୁ ବିଲୋପ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande