
ଭୁବନେଶ୍ୱର, 20 ମେ (ହି.ସ.)- ସିଏଚଏସଇ
ବୁଧବାର ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ (ଭୋକେସନାଲ୍) ବିଭାଗର ବାର୍ଷିକ ପ୍ଲସ-୨
ପରୀକ୍ଷା ଫଳାଫଳ ଘୋଷଣା କରିଛି। ଏହି ବର୍ଷ ସମୁଦାୟ ପାସ ହାର ବୃଦ୍ଧି ପାଇ ୮୫.୮୫ ପ୍ରତିଶତ
ହୋଇଛି।
ଫଳାଫଳ ଘୋଷଣା କରିଛନ୍ତି
ଓଡିଶାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଗତବର୍ଷ ସମୁଦାୟ ପାସ ହାର ୮୩.୪୫
ପ୍ରତିଶତ ଥିବାବେଳେ, ଏବର୍ଷ ଏହାରେ ୨.୪ ପ୍ରତିଶତ ବୃଦ୍ଧି ଦର୍ଶାଯାଇଛି।
ଏହି ବର୍ଷ ବିଜ୍ଞାନ, କଳା, ବାଣିଜ୍ୟ ଓ ବୃତ୍ତିମୂଳକ ବିଭାଗରେ ମୋଟ ୩,୪୧,୭୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳ ହୋଇଛନ୍ତି। ସମସ୍ତ ବିଭାଗରେ ଛାତ୍ରୀମାନେ
ଛାତ୍ରମାନଙ୍କଠାରୁ ଭଲ ପ୍ରଦର୍ଶନ କରିଛନ୍ତି।
ବିଜ୍ଞାନ ବିଭାଗରେ ମୋଟ ୧,୧୪,୩୬୩ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଏଥିରେ ସମୁଦାୟ ପାସ ହାର ୮୮.୮୦ ପ୍ରତିଶତ
ରହିଛି। ଛାତ୍ରମାନଙ୍କର ପାସ ହାର ୮୭.୪୧ ପ୍ରତିଶତ ଥିବାବେଳେ, ଛାତ୍ରୀମାନଙ୍କର ପାସ ହାର ୯୦.୨୪ ପ୍ରତିଶତ ରହିଛି।
କଳା ବିଭାଗରେ ମୋଟ ୨,୫୬,୭୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ସମୁଦାୟ ପାସ ହାର ୮୪.୫୦ ପ୍ରତିଶତ ରହିଛି।
ଏହି ବିଭାଗରେ ଛାତ୍ରୀମାନେ ୮୯.୪୫ ପ୍ରତିଶତ ସଫଳତା ହାସଲ କରି ଛାତ୍ରମାନଙ୍କୁ ପଛରେ ପକାଇଛନ୍ତି, ଯେଉଁଠାରେ ଛାତ୍ରମାନଙ୍କର ପାସ ହାର ୭୭.୯୭ ପ୍ରତିଶତ ରହିଛି।
ବାଣିଜ୍ୟ ବିଭାଗରେ ୨୪,୬୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏହି ବିଭାଗର ସମୁଦାୟ ପାସ
ହାର ୮୮.୦୭ ପ୍ରତିଶତ ରହିଛି। ଛାତ୍ରମାନଙ୍କର ପାସ ହାର ୮୬.୬୭ ପ୍ରତିଶତ ଥିବାବେଳେ, ଛାତ୍ରୀମାନଙ୍କର ପାସ ହାର ୯୦.୪୩ ପ୍ରତିଶତ ରହିଛି।
ଧନ୍ଦାମୂଳକ ବିଭାଗରେ
ସମୁଦାୟ ପାସ ହାର ୭୭.୮୨ ପ୍ରତିଶତ ରହିଛି। ଏଠାରେ ମଧ୍ୟ ଛାତ୍ରୀମାନେ ଭଲ ପ୍ରଦର୍ଶନ କରି ୮୩.୪୩
ପ୍ରତିଶତ ସଫଳତା ହାସଲ କରିଛନ୍ତି, ଯେଉଁଠାରେ ଛାତ୍ରମାନଙ୍କର ଫଳାଫଳ ୭୧.୪୯ ପ୍ରତିଶତ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା