
ଭୁବନେଶ୍ୱର, ୨୦ ମଇ (ହି.ସ)- ଯୁକ୍ତ ୨ ଓ ଧନ୍ଦାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁଭେଚ୍ଛା ଜଣାଇଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଉଚ୍ଚଶିକ୍ଷା ମନ୍ତ୍ରୀ ଲେଖିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ +୨ ଓ ଧନ୍ଦାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ଅସୁମାରୀ ଶୁଭେଚ୍ଛା। ସଭିଙ୍କର ଉଜ୍ଜ୍ୱଳ ଓ ସାର୍ଥକ ଭବିଷ୍ୟତ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା । ଆପଣମାନଙ୍କୁ ସ୍ୱାଗତ କରିବାକୁ ଉଚ୍ଚଶିକ୍ଷା ବିଭାଗ ଉତ୍ସାହର ସହିତ ଅପେକ୍ଷାରତ। ପରୀକ୍ଷାରେ ଆଶାତୀତ ଫଳ ପ୍ରାପ୍ତ କରିପାରିନଥିବା ପରୀକ୍ଷାର୍ଥୀ ନିରାଶ ନ ହୋଇ ପରିଶ୍ରମ ଜାରି ରଖିବାକୁ ମୁଁ ଆଗ୍ରହ ଓ ନିବେଦନ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା