
ଭୁବନେଶ୍ୱର, 20 ମେ (ହି.ସ.)- ବୁଲା କୁକୁର
ପ୍ରସଙ୍ଗରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି
। ସେ କହିଛନ୍ତି ଯେ, ବୁଲା କୁକୁରଙ୍କୁ ସୁପ୍ରିମକୋର୍ଟ ଗୁରୁତର ସହ ନେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, କୁକୁର
ପ୍ରେମୀ ଓ ବୁଲା କୁକୁରଙ୍କ ପାଇଁ ଗାଇଡ୍ଲାଇନ୍ ରହିଛି । ସର୍ବସାଧାରଣ ସ୍ଥାନରେ ବୁଲା କୁକୁର ନ
ରହିବାକୁ ପଦକ୍ଷେପ ନିଆଯାଉଛି । କୁକୁରଙ୍କ ଟିକାକରଣ ଓ ବନ୍ଧ୍ୟାକରଣ ପ୍ରକ୍ରିୟା ଚାଲିଛି । ସୁପ୍ରିମକୋର୍ଟ
ଯାହା ରାୟ ଦେଇଛନ୍ତି ଆମେ ସମ୍ମାନ ଦେବୁ ।
ମନ୍ତ୍ରୀ କୁକୁରପ୍ରେମୀଙ୍କୁ
ଅନୁରୋଧ କରିଛନ୍ତି ଯେ,, କୁକୁରଙ୍କୁ ଏଣେତେଣେ ଖାଇବାକୁ ଦିଅନ୍ତୁନି । ଯଦି ନ ମାନିବେ କୁକୁର ହିଂସ୍ର ହେଲେ ସେମାନେ
ହିଁ ଦାୟୀ ରହିବେ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା