
ଭୁବନେଶ୍ୱର, ୨୦ ମଇ (ହି.ସ)- ଚଳିତ ବର୍ଷ ଇମ୍ପ୍ରୁଭମେଂଟ ପରୀକ୍ଷା ଦେଇପାରିବେ ଯୁକ୍ତ ୨ ଛାତ୍ରଛାତ୍ରୀ। ଜୁଲାଇ ପ୍ରଥମ ସପ୍ତାହରେ ଇମ୍ପ୍ରୁଭମେଂଟ ପରୀକ୍ଷା ହେବ । ବୁଧବାର ଦିନ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଛାତ୍ରଛାତ୍ରୀଙ୍କୁ କୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଂଟ ପାଇଁ ସୁଯୋଗ ଦିଆଯିବ। ପିଲା ଜଣଙ୍କ ପାସ୍ କରିଥିଲେ ଇମ୍ପ୍ରୁଭମେଂଟ ପରୀକ୍ଷା ଦେଇପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା