
ଭୁବନେଶ୍ୱର, ୨୦ ମଇ (ହି.ସ) - +୨ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ଏକ ଶୁଭେଚ୍ଛା ବାର୍ତାରେ ଉପ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ +୨ ପରୀକ୍ଷାରେ ସଫଳତା ହାସଲ କରିଥିବା ଓଡ଼ିଶାର ସମସ୍ତ ମେଧାବୀ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଆପଣମାନଙ୍କର ଏହି ଗୌରବମୟ ସଫଳତା କଠୋର ପରିଶ୍ରମ, ନିଷ୍ଠା ଓ ଏକାଗ୍ରତାର ପ୍ରତିଫଳନ।ଆମର ଯୁବପିଢ଼ି ହିଁ 'ବିକଶିତ ଓଡ଼ିଶା'ର ମୂଳଦୁଆ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣମାନଙ୍କ ଉଜ୍ଜ୍ୱଳ ଏବଂ ପ୍ରଗତିଶୀଳ ଭବିଷ୍ୟତ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା