
ଭୁବନେଶ୍ୱର, 20 ମେ (ହି.ସ.)- ଯୁକ୍ତ ଦୁଇ
ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଶୁଭେଚ୍ଛା ଜଣାଇଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ
ଏକ ବାର୍ତ୍ତା ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା
ପରିଚାଳିତ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ
ଏବଂ ଧନ୍ଦାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ଆନ୍ତରିକ
ଶୁଭେଚ୍ଛା ଓ ଅଭିନନ୍ଦନ।
ଆମ ବିଦ୍ୟାର୍ଥୀମାନେ ହିଁ
ଆଗାମୀ ଦିନର ସମୃଦ୍ଧ ଓଡ଼ିଶାର ସାରଥୀ ସାଜିବେ। ମୋର ସମସ୍ତ ବିଦ୍ୟାର୍ଥୀଙ୍କୁ ଅନୁରୋଧ, ପରୀକ୍ଷା ଫଳ ନିର୍ବିଶେଷରେ, ସକରାତ୍ମକ ଏବଂ ଦୃଢ଼ ମନୋବଳ ସହ ଜୀବନ ପଥରେ ଆଗକୁ ବଢ଼ନ୍ତୁ।
ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା