ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ସମ୍ପନ୍ନ
ପୁରୀ, ୨୦ ମଇ (ହି.ସ.)- ବୁଧବାର ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ପୂଜା ଅପରାହ୍ନ ୫ଟା ୫୫ ମିନିଟ୍, ଦ୍ୱିତୀୟ ଭୋଗମଣ୍ଡପ ୬ଟା ୫ ମିନିଟ୍ ରେ ଶେଷ ହେବା ପରେ ମଇଲମ, ତଡ଼ପଲାଗି, ପହୁଡ଼ଆଳତୀ ଅନ
ଶ୍ରୀମନ୍ଦିର


ପୁରୀ, ୨୦ ମଇ (ହି.ସ.)- ବୁଧବାର ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ପୂଜା ଅପରାହ୍ନ ୫ଟା ୫୫ ମିନିଟ୍, ଦ୍ୱିତୀୟ ଭୋଗମଣ୍ଡପ ୬ଟା ୫ ମିନିଟ୍ ରେ ଶେଷ ହେବା ପରେ ମଇଲମ, ତଡ଼ପଲାଗି, ପହୁଡ଼ଆଳତୀ ଅନୁଷ୍ଠିତ ହୋଇଥିଲା । ଏହାପରେ ଦଇତାପତି ସେବକ ମାନେ ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ସମ୍ପାଦନ ନିମନ୍ତେ ଗର୍ଭଗୃହ ମଧ୍ୟକୁ ପ୍ରବେଶ କରିଥିଲେ । ଶ୍ରୀଜୀଉଙ୍କ ବନକ ଲାଗି ତଥା ଶ୍ରୀମୁଖ ଶୃଙ୍ଗାରରେ ପ୍ରାକୃତିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା ଓ ନାଲି ରଙ୍ଗର ବ୍ୟବହାର ହୋଇଥିଲା । ବନକଲାଗି ଶ୍ରୀଜୀଉଙ୍କ ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ଗର୍ଭଗୃହର ସମସ୍ତ ଦ୍ୱାର ବନ୍ଦ ରହିଥିଲା । ବନକଲାଗି ପରେ ମହାପ୍ରଭୁଙ୍କ ମହାସ୍ନାନ ଅନୁଷ୍ଠିତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande