
ଭୁବନେଶ୍ୱର, 20 ମେ (ହି.ସ.)- ଦଲାଲ ଓ
ଭ୍ରଷ୍ଟାଚାରୀଙ୍କୁ ସାବଧାନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଜିଲ୍ଲା ଯୋଗାଣ
ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ସମ୍ମିଳନୀରେ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
ଦଲାଲ ଓ ଭ୍ରଷ୍ଟାଚାରୀଙ୍କଠାରୁ ଦୂରରେ ରୁହ, ମାପ ଓଜନ ଜଗିବାକୁ ସେ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି ଯେ, ଏବେ ବି ଚାଲିଛି କଟ୍ନୀଛଟ୍ନୀ, ଆମେ ଆକ୍ସନ ନେଉଛୁ । ମିଲର ହୁଅନ୍ତୁ କି ଅଫିସର ସମସ୍ତେ ସାବଧାନ
ହୋଇଯାଆନ୍ତୁ । ମିଲରଙ୍କୁ ଅଫିସର ସାହାଯ୍ୟ କରୁଥିଲେ ତୁରନ୍ତ ବନ୍ଦ କର । ପୂର୍ବରୁ ଯୋଗାଣ
ବିଭାଗକୁ ଦୁର୍ନୀତିଯୁକ୍ତ ବିଭାଗ କୁହାଯାଉଥିଲା । ଏବେ ଯୋଗାଣ ବିଭାଗ ଦୁର୍ନୀତିମୁକ୍ତ ହେବାକୁ
ଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ଏହାସହିତ ଗୁଜବ ସୃଷ୍ଟି
ହେଲେ ସତର୍କ ରୁହ, ଲାଭଖୋର
ବେପାରୀଙ୍କ ପ୍ରତି ଦୟା କରନି ବୋଲି ମନ୍ତ୍ରୀ କହିଛନ୍ତି । ଖାଉଟି ସୁରକ୍ଷା ଦିଗରେ କାମ
କରିବାକୁ ଯୋଗାଣ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା