ଟ୍ରକ ମାଲିକ ମାନଙ୍କ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ଆବେଦନ
ଭୁବନେଶ୍ୱର, ୨୦ ମଇ (ହି.ସ) - ଟ୍ରକ ମାଲିକ ସଂଘ ପକ୍ଷରୁ ରାଜ୍ୟର ଟ୍ରକ ମାଲିକମାନଙ୍କ ଦୀର୍ଘଦିନର ସମସ୍ୟା, ଅନ୍ୟାୟ ଜୋରିମାନା, ଡିଜେଲ ମୂଲ୍ୟ ବୃଦ୍ଧି ଓ ନ୍ୟାୟସଙ୍ଗତ ପରିବହନ ଭଡ଼ା ଧାର୍ଯ୍ୟ କରିବା ଆଦି ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ଏକ ଲିଖିତ ଆବଦେନ ପ୍ରଦାନ କରାଯାଇଛି। ଏହି
ret


ଭୁବନେଶ୍ୱର, ୨୦ ମଇ (ହି.ସ) - ଟ୍ରକ ମାଲିକ ସଂଘ ପକ୍ଷରୁ ରାଜ୍ୟର ଟ୍ରକ ମାଲିକମାନଙ୍କ ଦୀର୍ଘଦିନର ସମସ୍ୟା, ଅନ୍ୟାୟ ଜୋରିମାନା, ଡିଜେଲ ମୂଲ୍ୟ ବୃଦ୍ଧି ଓ ନ୍ୟାୟସଙ୍ଗତ ପରିବହନ ଭଡ଼ା ଧାର୍ଯ୍ୟ କରିବା ଆଦି ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ଏକ ଲିଖିତ ଆବଦେନ ପ୍ରଦାନ କରାଯାଇଛି। ଏହି ଆବେଦନରେ ଟ୍ରକ ମାଲିକମାନଙ୍କ ଦ୍ୱାରା ରାଜ୍ୟର ଅର୍ଥନୀତି, ଜରୁରୀ ସେବା, ଔଷଧ ପରିବହନ, ଖାଦ୍ୟ ସାମଗ୍ରୀ ଯୋଗାଣ ଓ ବିପଦ ସମୟରେ ଦିଆଯାଉଥିବା ସେବା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେହିପରି ଟ୍ରକ ମାଲିକମାନଙ୍କ ଉପରେ ବଢୁଥିବା ଆର୍ଥିକ ଚାପ, ଅନ୍ୟାୟ ଜୋରିମାନା, ଭଡ଼ା ଅନିୟମିତତା ଓ ପ୍ରଶାସନିକ ଅବହେଳା ପ୍ରତି ଗଭୀର ଚିନ୍ତା ପ୍ରକାଶ କରାଯାଇଛି। ଉକ୍ତ ଚିଠିର ନକଲ ଓଡ଼ିଶାର ସମସ୍ତ ବିଧାୟକ, ସାଂସଦ ଓ ବିଭାଗୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ ପ୍ରେରଣ କରାଯାଇଛି।

ଟ୍ରକ ମାଲିକ ସଂଘ ଆଶା କରିଛି ଯେ, ସରକାର ଏହି ନ୍ୟାୟସଙ୍ଗତ ଦାବିଗୁଡ଼ିକୁ ଗୁରୁତର ସହିତ ବିଚାର କରି ଶୀଘ୍ର ସକରାତ୍ମକ ପଦକ୍ଷେପ ନେବେ। ଏ ବିଷୟରେ ଭୁବନେଶ୍ୱରରେ ଏକ ଜରୁରୀ ବୈଠକରେ ଆଲୋଚନା ହୋଇ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ବାସଭବନରେ ପ୍ରଦାନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande