ଆୟ ବହିର୍ଭୁତ ସଂପତି ଠୁଳ ମାମଲାରେ ଆର ଆଣ୍ଡ ବି ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବର ଗିରଫ
ଭୁବନେଶ୍ୱର, 20 ମେ (ହି.ସ.)- ଆୟ ବହିର୍ଭୁତ ସଂପତି ମାମଲାରେ ଆର୍ଆଣ୍ଡବି ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ସବରଙ୍କୁ ଭିଜିଲାନ୍ସ ଗିରଫ କରିଛି। ଅଭିଯୁକ୍ତ ବର୍ତ୍ତମାନ ଧର୍ମଗଡ଼ ଆର୍ଆଣ୍ଡବି ଉପଖଣ୍ଡରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କ
ଆୟ ବହିର୍ଭୁତ ସଂପତି ଠୁଳ     ମାମଲାରେ ଆର ଆଣ୍ଡ ବି ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବର ଗିରଫ


ଭୁବନେଶ୍ୱର, 20 ମେ (ହି.ସ.)- ଆୟ

ବହିର୍ଭୁତ ସଂପତି ମାମଲାରେ ଆର୍ଆଣ୍ଡବି ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର

ସବରଙ୍କୁ ଭିଜିଲାନ୍ସ ଗିରଫ କରିଛି। ଅଭିଯୁକ୍ତ ବର୍ତ୍ତମାନ ଧର୍ମଗଡ଼ ଆର୍ଆଣ୍ଡବି ଉପଖଣ୍ଡରେ

କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ ଏବଂ ଭବାନୀପାଟଣା ଆର୍ଆଣ୍ଡବି ଡିଭିଜନର

ପ୍ରଭାରୀ ଇଇ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ନିର୍ବାହ କରୁଥିଲେ।

ଭିଜିଲାନ୍ସ ଅଧିକାରୀମାନଙ୍କ କହିବା ଅନୁସାରେ, ଭୁବନେଶ୍ୱର ସବରଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ସମୟରେ ବିପୁଳ

ପରିମାଣର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ତଦନ୍ତରେ ତାଙ୍କ ପାଖରେ ୮୩ ଏକର ଜମି

ସହିତ ମୋଟ ୯୭ଟି ପ୍ଲଟ, ଚାରିଟି ବହୁମଞ୍ଜିଳା ଭବନ ସହ ମୋଟ ପାଞ୍ଚଟି ଘର, ୧୭ ଏକର ଅଞ୍ଚଳରେ ବିସ୍ତୃତ ଦୁଇଟି ଫାର୍ମ ହାଉସ ଏବଂ ଆଠଟି ଦୋକାନ

ଥିବା ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ସହ ଅନ୍ୟାନ୍ୟ ସମ୍ପତ୍ତି ଥିବା ପାଇଯାଇଛି।

ଭିଜିଲାନ୍ସ କହିଛି ଯେ, ଅଭିଯୁକ୍ତ ଏହି ସମ୍ପତ୍ତିଗୁଡ଼ିକ ସମ୍ପର୍କରେ ସନ୍ତୋଷଜନକ ଉତ୍ତର

ଦେଇପାରିନଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଛି।

ଏହି ମାମଲାରେ ଓଡିଶା ଭିଜିଲାନ୍ସ ପକ୍ଷରୁ କୋରାପୁଟ ଭିଜିଲାନ୍ସ

ଥାନାରେ କେସ ନମ୍ବର ୦୭/୨୦୨୬ ରୁଜୁ କରାଯାଇଛି। ମାମଲାଟି ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅନୁଯାୟୀ ରେଜିଷ୍ଟର କରାଯାଇଛି।

ଅଧିକାରୀମାନେ କହିଛନ୍ତି ଯେ, ଭୁବନେଶ୍ୱର ସବରଙ୍କୁ ଆଜି ଭବାନୀପାଟଣା ସ୍ଥିତ ବିଶେଷ ନ୍ୟାୟାଧୀଶ, ଭିଜିଲାନ୍ସ ଅଦାଲତରେ ଉପସ୍ଥାପିତ କରାଯିବ। ମାମଲାର ଅଧିକ ତଦନ୍ତ

ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande