ବ୍ରହ୍ମପୁର ସହରର ମାଛ ବଜାର ଗୁଡିକରେ ମାଛରେ ବିଷମିଶା ମାଛ ବିକ୍ରି ଅଭିଯୋଗ
ଗଗମକମ, 21 ମେ (ହି.ସ.) ବ୍ରହ୍ମପୁରର ମାଛବଜାର ଗୁଡିକରେ ମାଛ ବ୍ଯବସାୟୀ ମାନେ ମାଛ ଗୁଡିକ ଦୀର୍ଘ ସମୟ ଧରି ସତେଜ ଭଳି ଦେଖା ଯିବା ପାଇଁ ମାଛରେ ବିଷ (ଫର୍ମ ଲୋନି) ମିଶାଇ ବିକ୍ରି କରୁଛନ୍ତି ।ଏହି ମାଛଖାଇ ଗ୍ରାହକ ମାନେ ଦୁରାରୋଗ୍ଯ କର୍କଟ ଭଳି ରୋଗ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ବରଣ
ବ୍ରହ୍ମପୁର ସହରର ମାଛ ବଜାର ଗୁଡିକରେ ମାଛରେ ବିଷମିଶା ମାଛ ବିକ୍ରି ଅଭିଯୋଗ


ଗଗମକମ, 21 ମେ (ହି.ସ.)

ବ୍ରହ୍ମପୁରର ମାଛବଜାର ଗୁଡିକରେ ମାଛ ବ୍ଯବସାୟୀ ମାନେ ମାଛ ଗୁଡିକ ଦୀର୍ଘ ସମୟ ଧରି ସତେଜ ଭଳି ଦେଖା ଯିବା ପାଇଁ ମାଛରେ ବିଷ (ଫର୍ମ ଲୋନି) ମିଶାଇ ବିକ୍ରି କରୁଛନ୍ତି ।ଏହି ମାଛଖାଇ ଗ୍ରାହକ ମାନେ ଦୁରାରୋଗ୍ଯ କର୍କଟ ଭଳି ରୋଗ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି।ଏସଂପର୍କରେ ବହୁ ବାର ଜନ ଅଭିଯୋଗ ସତ୍ତ୍ୱେ ଓ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ବ୍ରହ୍ମପୁର ବିଏମସି ପକ୍ଷରୁ କୌଣସି ତତ୍ ପରତା ପ୍ରକାଶ ପାଉ ନଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ବ୍ରହ୍ମପୁର ସହର ରବିଶେଷକରି ଗେଟ ବଜାର ଓ କମାପଲ୍ଲୀ ମାଛ ବଜାରରେ ଏ ଧରଣର ବିଷ ମିଶା ମାଛ ବହୁ ଳ ଭାବରେଓ ଅବାଧରେ ବିକ୍ରି ଚାଲିଥିବା ଅଭିଯୋଗ ହେଉଛି ।ତୁରନ୍ତ ଫୁଡ ବିଭାଗ ଇନିସପେକଟର ଘଟଣାର ତଦନ୍ତ କରି ଏଧରଣର ଅସାଧୁମାଛ ବ୍ଯବସାୟୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନ ଦାବି ହେଉଛି ।

ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande