ମା' ତାରିଣୀଙ୍କ ଦର୍ଶନ ପାଇଁ ଯିବା ସମୟରେ ଦୁର୍ଘଟଣା : ୧୦ ଆହତ
ଧର୍ମଶାଳା, ୨୨ ମଇ (ହି.ସ.)- ମା ତାରିଣୀ ଦର୍ଶନ ନୋହିଲା । ମାଆଙ୍କ ଦର୍ଶନ କରିବା ପାଇଁ ଯିବା ସମୟରେ ଅଘଟଣ । ଟ୍ରକ ପଛ ପଟୁ ପିଟିଲା ଟ୍ରାଭେଲର । ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଏଭଳି ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କୁଆଖିଆ ଓଭର ବ୍ରିଜ ନିକଟରେ । ୨୦ର
ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର


ମା' ତାରିଣୀଙ୍କ ଦର୍ଶନ ପାଇଁ ଯିବା ସମୟରେ  ଦୁର୍ଘଟଣା


ଧର୍ମଶାଳା, ୨୨ ମଇ (ହି.ସ.)- ମା ତାରିଣୀ ଦର୍ଶନ ନୋହିଲା । ମାଆଙ୍କ ଦର୍ଶନ କରିବା ପାଇଁ ଯିବା ସମୟରେ ଅଘଟଣ । ଟ୍ରକ ପଛ ପଟୁ ପିଟିଲା ଟ୍ରାଭେଲର । ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଏଭଳି ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କୁଆଖିଆ ଓଭର ବ୍ରିଜ ନିକଟରେ । ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଗଞ୍ଜାମ ଜିଲ୍ଲା ରଘୁନାଥପଲ୍ଲୀ ଅଞ୍ଚଳରୁ ବାହାରି ଘଟଗାଁ ତାରିଣୀ ଅଭିମୁଖେ ଯିବା ସମୟରେ ଜାତୀୟ ରାଜପଥ ଉପରେ ପୂର୍ବରୁ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା । ଆହତମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ କୁଆଖିଆ ପୋଲିସ ତଦନ୍ତ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

 rajesh pande