ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ନାଗରିକ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର, 26 ମେ (ହି.ସ) ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ନାଗରିକ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି ଅବସରରେ ଶିକ୍ଷା, ସାମାଜିକ,ଜାତୀୟ ସୁରକ୍ଷା, ଆର୍ଥିକ ଓ ସମସାମୟିକ ବିଷୟ ଉପରେ ଆଲ
ଏବିଭିପି


ଭୁବନେଶ୍ୱର, 26 ମେ

(ହି.ସ) ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ନାଗରିକ ସମ୍ବର୍ଦ୍ଧନା ସମାରୋହରେ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି ଅବସରରେ ଶିକ୍ଷା,

ସାମାଜିକ,ଜାତୀୟ ସୁରକ୍ଷା, ଆର୍ଥିକ ଓ ସମସାମୟିକ ବିଷୟ ଉପରେ ଆଲୋଚନା କରି ପ୍ରସ୍ତାବ ପାରିତ

କରାଯିବ । ଏବିଭିପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡ ବୀରେନ୍ଦ୍ର ସିଂହ ସୋଲାଙ୍କି ଏକ

ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ

ପରିଷଦ (ଏବିଭିପି)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ୨୯ ରୁ ୩୧ ମେ ୨୦୨୬ ପର୍ଯ୍ୟନ୍ତ

ଶିକ୍ଷା 'ଓ' ଅନୁସନ୍ଧାନ(ସୋଆ) ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବ। ଦେଶର ସମସ୍ତ ରାଜ୍ୟରୁ ୪୮୪ ଜଣ

କାର୍ଯ୍ୟକର୍ତ୍ତା ପ୍ରତିନିଧି ଏହି ବୈଠକରେ ଉପସ୍ଥିତ ରହିବେ, ଯେଉଁଥରେ ଏବିଭିପିର ରାଷ୍ଟ୍ରୀୟ ପଦାଧିକାରୀ, ଦେଶବ୍ୟାପୀ ଶିକ୍ଷାନୁଷ୍ଠାନର ଛାତ୍ର କାର୍ଯ୍ୟକର୍ତ୍ତା, ଶିକ୍ଷାବିତ୍ ଏବଂ ବିଭିନ୍ନ ଆୟାମ ଗତିବିଧି ସହିତ ଯୋଡ଼ିତ ପ୍ରତିନିଧି

ମାନେ କାର୍ଯ୍ୟକର୍ତ୍ତାମାନେ ସହଭାଗ କରିବେ ।

ବୈଠକ ପୂର୍ବରୁ ମେ ୨୭

ତାରିଖରେ କେନ୍ଦ୍ରୀୟ କାର୍ଯ୍ୟସମିତିର ବୈଠକ ଆୟୋଜିତ ହେବ, ଯେଉଁଥରେ ଦେଶର ବିଭିନ୍ନ ପ୍ରାନ୍ତରୁ ମୋଟ ୧୦୬ ଜଣ କାର୍ଯ୍ୟକର୍ତ୍ତା

ଅପେକ୍ଷିତ ରହିବେ। ସେହିପରି ମେ ୨୮ ତାରିଖରେ ଏବିଭିପିର ବିଭିନ୍ନ ଆୟାମ, କାର୍ଯ୍ୟ ଓ ଗତିବିଧ୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ କରାଯିବ। ଏହି ବୈଠକରେ

ବର୍ଷବ୍ୟାପୀ ପରିଚାଳିତ ଗତିବିଧି,ହେଉଥିବା କାର୍ଯ୍ୟକ୍ରମ, କାର୍ଯ୍ୟବିସ୍ତାର ଯୋଜନା ଏବଂ ଆଗାମୀ କାର୍ଯ୍ୟଯୋଜନା ଉପରେ ବିସ୍ତୃତ

ଆଲୋଚନା ହେବ। କ୍ରୀଡ଼ା, କଳା,

ସେବା, ପର୍ଯ୍ୟାବରଣ, ଗବେଷଣା, ଚିକିତ୍ସା, କୃଷି, ପ୍ରଯୁକ୍ତି, ଜନଜାତି ଏବଂ ଆନ୍ତର୍ଜାତୀୟ ବିଦ୍ୟାର୍ଥୀ ସମ୍ପର୍କ ଆଦି ବିବିଧ

କ୍ଷେତ୍ରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରାଯିବ ଏବଂ ବିସ୍ତାରର ଦିଗ ନିର୍ଦ୍ଧାରଣ କରାଯିବ।

ବୈଠକର “ନାଗରିକ ସମ୍ୱର୍ଦ୍ଧନା ସମାରୋହ ଆୟୋଜିତ ହେବ। ଏହି ସମାରୋହରେ

ଏବିଭିପିର ପୂର୍ବତନ ଏବଂ ବର୍ତ୍ତମାନର କାର୍ଯ୍ୟକର୍ତ୍ତା, ସମାଜ ଜୀବନରେ ବିଭିନ୍ନ କ୍ଷେତ୍ର ସହ ଜଡିତ ପ୍ରବୁଦ୍ଧଜନ, ଶିକ୍ଷାବିତ୍ ଏବଂ ସାମାଜିକ ନେତୃତ୍ବକର୍ତ୍ତାମାନେ ଉପସ୍ଥିତ ରହିବେ ।

ଏହି ସମାରୋହରେ ଓଡ଼ିଶା ସରକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ

ଅତିଥ୍ ଭାବେ ଯୋଗଦେବେ ।

ତିନି ଦିନିଆ ରାଷ୍ଟ୍ରୀୟ

କାର୍ଯ୍ୟକାରିଣୀ ପରିଷଦ ବୈଠକରେ ବର୍ତ୍ତମାନର ଜାତୀୟ ପରିଦୃଶ୍ୟ, ଶିକ୍ଷା ବ୍ୟବସ୍ଥା, ଯୁବମାନଙ୍କର ଭୂମିକା, ଜାତୀୟ ସୁରକ୍ଷା, ସାମାଜିକ ଓ ଆର୍ଥିକ ବିଷୟ, ସାଂଗଠନିକ ସମୀକ୍ଷା ଏବଂ ବିସ୍ତାର ତଥା ସମସାମୟିକ ଆହ୍ୱାନ ଉପରେ

ବୃହତ୍ ବିଚାର- ବିମର୍ଶ, ଚର୍ଚ୍ଚା ହେବ। ଏହି ପରିପ୍ରେକ୍ଷୀରେ 'ଅଖିଳ ଭାରତୀୟ ବିଚାର ବୈଠକ ୨୦୨୫'ର ସମୀକ୍ଷା ଏବଂ 'ସଂଗଠାନାତ୍ମକ ବିଚାର ବୈଠକ ୨୦୨୬'ର ନିର୍ଣ୍ଣୟର ବିସ୍ତୃତ ଚର୍ଚ୍ଚା ହେବ। ସେହିପରି ଅଭିଯାନାତ୍ମକ, କାର୍ଯ୍ୟକ୍ରମାତ୍ମକ ଏବଂ ବିସ୍ତାର ତଥ୍ୟ ସମସାମୟିକ ଅଶ୍ଵିନ ଗନନୀର

ବିଚାର ଶିବିକ ୨୦ ୨୭ଟି ସମୀକ୍ଷଣ ଏବଂ 'ସଂଗଠନାତ୍ମକ ବିଚାର ଏବଂ ସଂଗଠାନତ୍ମକ ବିଷୟର ସମୀକ୍ଷା ସହ ଆଗାମୀ

ବର୍ଷର କାର୍ଯ୍ୟଯୋଜନା ମଧ୍ୟ ନିଦ୍ଧାରଣ କରାଯିବ। ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ

ନିର୍ବାଚନ ହେବା ଉଚିତ ବୋଲି ଦେଶରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରୁ ଆସିଥିବା

ଛାତ୍ରସଂଘ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ଚର୍ଚ୍ଚାରେ ସହଭାଗୀ ହେବେ।

ସାମ୍ବାଦିକ ସମ୍ମିଳନୀରେ

ପରିଷଦର ରାଷ୍ଟ୍ରୀୟ ସମ୍ପାଦକ କ୍ଷମା ଶର୍ମା, ରାଷ୍ଟିୟ ମିଡିଆ ସଂଯୋଜକ ହର୍ଷ ଅତ୍ରି,ପ୍ରଦେଶ ସଂପାଦକ ଦିପ୍ତିମୟୀ ପ୍ରତିହାରୀ ଓ ମହାନଗର ସମ୍ପାଦକ

ଗଙ୍ଗାଧର ପାଢ଼ୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande