ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର
ଭଦ୍ରକ, ୨୬ ମଇ (ହି.ସ.) - ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ବିଷୟରେ ଏରେଇଁ ଗ୍ରାମ ପଂଚାୟତର କଲ୍ୟାଣ ମଣ୍ଡପ, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ମୋନାଲିସା ପଣ୍
ARTHIKA SWAKHYARATA SACHETANATA


ଭଦ୍ରକ, ୨୬ ମଇ (ହି.ସ.) - ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ବିଷୟରେ ଏରେଇଁ ଗ୍ରାମ ପଂଚାୟତର କଲ୍ୟାଣ ମଣ୍ଡପ, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ମୋନାଲିସା ପଣ୍ଡା, ସାଇବର ସେଲ ଅଧକ୍ଷ ଦୟାନିଧି ଦାସ, ଭଦ୍ରକ ଜିଲ୍ଲା ଏଫ୍ ଏଲ୍ ସି ଅଶ୍ୱିନୀ କୁମାର ନାୟକ, ଲିଡ୍ ବ୍ୟାଙ୍କ୍ ସି ଏଫ୍ ଏଲ୍, ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ଅଧିକାରୀ ମନୋଜ୍ କୁମାର ଦାସ, ସିଡ଼ିପିଓ, ଭଦ୍ରକ ଓ ଏରେଇ ପଂଚାୟତ ର ସରପଂଚ ମହୋଦୟା ଯୋଗ ଦେଇଥିଲେ। ଏହି ସଭାରେ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ସଭା ପରିଚାଳିତ କରିଥିଲେ ଓ ପିଲାମାନଙ୍କୁ ସଂଚୟର ମହତ୍ୱ ଜଣାଇବା ସହ ଆର୍ôଥକ ସକ୍ଷାରତା ମାଧ୍ୟମରେ ସମାଜ ଗଢ଼ିବା ପାଇଁ ଅନୁପ୍ରାଣିତ କରିଥିଲେ। ସାଇବର ସେଲ ଅଧ୍ୟକ୍ଷ ସଭାରେ ଯୋଗଦେଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନ, ଅଙ୍ଗନୱାଡି କର୍ମୀ ଓ ବରିଷ୍ଠ ନାଗରିକ ମାନଙ୍କୁ ସାଇବର ଅପରାଧୀ ମାନଙ୍କ ଶିକାରରୁ ବଂଚିବାର ଉପାୟମାନ ବୁଝାଇଥିଲେ। ଏଫ୍ ଏଲ ସି ଓ ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ୍ ମ୍ୟାନେଜର୍ ବ୍ୟାଙ୍କ୍ ରେ ଉପଲବ୍ଧ ଥିବା ସମସ୍ତ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲା ଡାକ ବିଭାଗର ଅଧିକାରୀ ଡାକଘରେ ଉପଲବ୍ଧ ସମସ୍ତ ସଂଚୟ ଯୋଜନା ଗୁଡିକ ସମ୍ବଧରେ ଜଣାଇଥିଲେ ଓ ସଭାରେ ଯୋଗଦେଇଥିବା ବ୍ୟକ୍ତିମାନଙ୍କୁ ସଞ୍ଚୟ ପାଇଁ ଅନୁପ୍ରାଣିତ କରିଥିଲେ ଓ ଚିଟ୍ ଫଣ୍ଡ ଠକେଇ ଶିକାର ନହେବାକୁ ପରାମର୍ଶ ଦେଇଥିଲେ। ଏହି ସଭାରେ ମୋଟ ୧୦୦ ଜଣ ଗ୍ରାମବାସୀ ଯୋଗଦେଇଥିଲେ। ଏହି ସଭାରେ ଶିଖିଥିବା ତଥ୍ୟ ରେ ଅନୁପ୍ରାଣିତ ହେବା ପାଇଁ ଅଥିତି ପିଲାମାନଙ୍କୁ ଅନୁରୋଧ କରିଥିଲେ ଓ ଓ ନିଜ ପରିବାର ଲୋକଙ୍କୁ ମଧ୍ୟରେ ସଞ୍ଚୟ ଯୋଜନା, ଆର୍ôଥକ ସାକ୍ଷରତା ଓ ସାଇବର ସଚେତନତା ସମ୍ପର୍କରେ ସଚେତନ କରିବା ପାଇଁ ଅନୁରୋଧ କରିଥିଲେ। ଏହି ସଭାଟିକୁ ସଫଳ କରିବାରେ ଏରେଇଁ ପଂଚାୟତ ର ସରପଂଚ, କାର୍ଯ୍ୟକର୍ତା ଓ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ବିଭାଗ ର କର୍ମକର୍ତା ଓ ଡାକ ଏଜେଂଟ ମାନେ ସହାୟକ ହୋଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande