ଆତଙ୍କବାଦୀ ବନାମ ବାଂଲାଦେଶୀ ଅନୁପ୍ରବେଶକାରୀ, ରୋକ ଦେବ କିଏ!
ଭଦ୍ରକ, ୨୬ ମଇ (ହି.ସ.) - ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଂ ରାଜ୍ୟ ସରକାର ପ୍ରଥମ ପଦକ୍ଷେପ ସ୍ୱରୂପ ୨୦୦୯ରେ ୫ଟି ମେରାଇନ ଥାନା ୨୦୧୫ରେ ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ମେରାଇନ ଥାନା ରାଜ୍ୟରେ ପ୍ରତିଷ୍ଠା କଲେ ମାତ୍ର ଧର୍ମକୁ ସାକ୍ଷୀ ରକ୍ଷି କେବଳ ଖୋଲିଦେଲେ ହେଲେ ଏହି ମେରାଇନ ଥାନାରେ ନିଯୁକ
ଆତଙ୍କବାଦୀ ବନାମ ବାଂଲାଦେଶୀ ଅନୁପ୍ରବେଶକାରୀ, ରୋକ ଦେବ କିଏ!


ଭଦ୍ରକ, ୨୬ ମଇ (ହି.ସ.) - ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଂ ରାଜ୍ୟ ସରକାର ପ୍ରଥମ ପଦକ୍ଷେପ ସ୍ୱରୂପ ୨୦୦୯ରେ ୫ଟି ମେରାଇନ ଥାନା ୨୦୧୫ରେ ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ମେରାଇନ ଥାନା ରାଜ୍ୟରେ ପ୍ରତିଷ୍ଠା କଲେ ମାତ୍ର ଧର୍ମକୁ ସାକ୍ଷୀ ରକ୍ଷି କେବଳ ଖୋଲିଦେଲେ ହେଲେ ଏହି ମେରାଇନ ଥାନାରେ ନିଯୁକ୍ତି କେବଳ କାଗଜ ପତ୍ର ରେ ହିଂ ଚାଲିଲା ଉଦାହରଣ ସ୍ୱରୂପ ଧାମରା ମେରାଇନ ଥାନାରେ କାଗଜପତ୍ରରେ ଷ୍ଟାଫ ୮୨ଜଣ ଉଲ୍ଲେଖ ଥିବା ବେଳେ ପ୍ରକୃତ ସଂଖ୍ୟା ୧୧ ସେହି ପରି କସିଆ ମେରାଇନ ଥାନାରେ ୬ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ କାଗଜପତ୍ରରେ ଏହା ୨୬ ,ଚୁଡାମଣି ମେରାଇନ ଥାନାରେ ୫ଜଣଙ୍କୁ ନେଇ ମେରାଇନ ଥାନା ଚାଲିଥିବା ବେଳେ କାଗଜପତ୍ର ସଂଖ୍ୟା ୧୫। ଏହି ପରି ଭଦ୍ରକ ଜିଲ୍ଲାରେ ନିଯୁକ୍ତି ପାଇଥିବା ମେରାଇନ ଥାନା ଷ୍ଟାଫ ପ୍ରକୃତରେ ୨୨ଜଣ ହୋଇଥିବା ବେଳେ କାଗଜପତ୍ରରେ ଏହା ୧୨୩। ଉପକୂଳବର୍ତୀ ଇଲାକାରେ କେବଳ ବାଲାଦେଶୀଏବଂ ପୂର୍ବ ବଙ୍ଗଳା ଲୋକଙ୍କ ଉପରେ ନଜର ରଖିବା ପାଇଂ ସରକାର ୧୮ଟିି ମେରାଇନ ଥାନା ଖୋଲିଥିଲେ ମଧ୍ୟ ସେହି ସମସ୍ତ ମେରାଇନ ଥାନରେ ଷ୍ଠାଫ ନିିଯୁକ୍ତିକୁ ନେଇ ରାଜ୍ୟ ସରକାର ସନ୍ଦେହ ଘେରରେ ,କଣ ନିଯୁକ୍ତି ଦେବେ କି ନାହିଂ ଯଦି ଦେବେ ତାହେଲେ ସେମାନଙ୍କ ପାଇଂ ସମସ୍ତ ଆନୁଷଙ୍ଗିକ ଖର୍ଚର୍ କିଏ ବହନ କରିବ? ରାଜ୍ୟ ସରକାରଙ୍କ ପାଖରେ ୨୦୧୦ ମସିହା ତଥ୍ୟ ଅନୁଯାୟୀ ରାଜ୍ୟରେ ୧୦,୮୪୬ଜଣ ବାହାର ରାଜ୍ୟରୁ ଆସିଥିବା ବେଳେ । ୪୦୩୫ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ। ଏମାନଙ୍କ ମଧ୍ୟରୁ । ୧୬୪୯ଜଣ କେନ୍ଦ୍ରପଡା, ୧୧୧୨ଜଗତସିଂପୁର, ୭୦୩ମାଲକାନଗିରି,୩୧୩ଭଦ୍ରକ ଜିଲ୍ଲା,୧୫୦ବାଲେଶ୍ୱର, ଜିିଲ୍ଲାରେ ଥିବା ବେଳେ ୧୦୬ନବରଂଗପୁରରେ ଅଛନ୍ତି ବୋଲି ସରକାରଙ୍କ ସର୍ଭେରୁ ଜଣାଯାଇଥିଲା। ୧୦ହଜାର୮୪୬ଜଣ ବାହାର ରାଜ୍ୟ ବାସିନ୍ଦାଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ୮୧୨୮ ଖୋର୍ଧାରେ ,୨୪୦୨ଜଣ ନବରଙ୍ଗପୁର, ୨୩ପୁରୀ,୨୯୩ରାୟଗଡା ଜିଲ୍ଲାରେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇସାରିଛନ୍ତ। ପୂର୍ବଉପକୂଳବର୍ତୀ ଅଂଚଳ ବାଂଲାଦେଶୀ ମାନଙ୍କ ପାଇଂ ଚରାଭୂଇଂ ପାଲଟିଥିବା ବେଳେ ରାଜ୍ୟ ସରକାରଙ୍କ କାର୍ଯ୍ୟ ସମସ୍ତ ଜନସାଧାରଣଙ୍କୁ ସନ୍ଦେହ ଘେରରେ ପକାଇଛି। ରାଜ୍ୟ ସରକାର କୌଣସି ପରିିସ୍ଥିତିରେ ସେମାନଙ୍କୁ ନିିଜ ରାଜ୍ୟରୁ ବାହାର କରିପାରିବେ ନାହିଁ ବୋଲି ଜଣାଯାଇଛି ଫଳରେ ଯେଉଁମାନେ ପୂର୍ବର୍ବଙ୍ଗଳା ଏବଂ ପାକିସ୍ଥାନରୁ ଆସି ଓଡିଶାରେ ଆସି ନିଜର ସ୍ଥାୟୀ ପ୍ରମାଣ ପତ୍ର ହାସଲ କରିନେବାପରେ ସେମାନେ ନିଜ ନିଜର ସମସ୍ତ ବନ୍ଧୁବାନ୍ଧବ ,ସାଇପଡିିଶା ର ଲୋକ ମାନଙ୍କୁ ଆଣି ଓଡିଶାରେ ସ୍ଥାୟୀ ବସତି ସ୍ଥାପନ କରି ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ବୋଲି ବିଭିନ୍ନ ଉପକୂଳବର୍ତୀ ଥାନାରେ ବହୁ ମାମଲା ବିିଚାରଧୀନ ରହିଛି। ରାଜ୍ୟ ସରକାର କେବଳ ଅନୁପ୍ରବେଶକାରୀଙ୍କ ତଥ୍ୟ ହାସଲ କରିବା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇପାରିନଥିବା ବେଳେ ସେମାନଙ୍କ କର୍ଯ୍ୟକଳାପକୁ ନେଇ ଖୋଳତାଡ କରିବା ସଂପୂର୍ଣ ଅସମ୍ଭବ ବୋଲି ମନେହୁଏ। ଅନୁପ୍ରବେଶକାରୀ ମାନେ ଆସି ଉପକୂଳବର୍ତୀ ଇଲାକାରେ ପ୍ରାଥମିକ ଭାବରେ ନିଜର କାୟା ବିସ୍ଥାର କରନ୍ତି କାହାକୁ ଆର୍ଥିକ ସାହାଯ୍ୟ ତ କାହାକୁ ଝିଅ ବିବାହ କରିବାର ପ୍ରଲୋଭନ,କାହାକୁ ଚାକିରୀ କରାଇଦେବାର ଲୋଭ ଦେଖାଇ ସେମାନଙ୍କୁ ନିଜର କରିସାରିବା ପରେ ନିଜର ସାମ୍ରାଜ୍ୟ ବିସ୍ଥାର କରିଚାଲନ୍ତି। ଏହି ଉପକୂଳବର୍ତୀ ଅଂଚଳରେ ଥିବା ସଂଖ୍ୟାଲଘୁ ସଂପ୍ରଦାୟର ଥିବା ଧାର୍ମିକ ଅନିୁଷ୍ଠାନ ମାନଙ୍କରେ ବର୍ଷର ସବୁ ସମୟରେ ନିଜର ବହୁ ଧର୍ମଗୁରୁ ମାନେ ଆସି ପ୍ରବଚନ ଦେବା ଆଳରେ ଲୋକ ମାନଙ୍କୁ ହିିନ୍ଦୁତ୍ୱ ବିରୋଧରେ ଉସୁକାଇଥାନ୍ତି ଏବଂ ଧୀରେ ଧୀରେ ଧର୍ମାନ୍ତୀକରଣ କରିବାରେ ସଫଳ ହେବାପରେ ନିଜ ଧର୍ମକୁ ବଂଚାଇବାକୁ ଯାଇ ଜେହାଦି ହେବାର ନଜୀରକୁ ବାଦ ଦିଆଯାଇନପାରେ। ମାତ୍ର ଉପକୂଳବର୍ତୀ ଅଂଚଳରେ ଥିବା ଥାନା ମାନଙ୍କୁ କେବଳ ଆସୁଥିବା ଧର୍ମଗୁରୁ ନିଜର ଇଜତକୁ ଲୁଚାଇବାକୁ ଯାଇ କେବଳ ନିଜ ନାମରେ ଥିବା ପାନ କାର୍ଡ ତ କେତେବେଳେ ଆସୁଥିବା ଅଂଚଳର ଜନୈକ ରାଜନେତା ଦେଇଥିବା ବାସଗୃହର ପ୍ରମାଣ ପତ୍ର କେବଳ ସଂପୃକ୍ତ ଥାନାରେ ଦାଖଲ କରିଦେବାପରେ ଥାନାବାବୁ ମାନେ ଚୁପ ରହିଥାନ୍ତି କାରଣ ବୁଝିବାକୁ ଗଲେ କେତେବେଳେ ରାଜନେତାଙ୍କ ଭୟତ କେତେବେଳେ ଡନ ମାନଙ୍କ ଲୁଚାଛପା କାରବାର ସେ ସମସ୍ତ କାର୍ଯ୍ୟକଳାପକୁ ଘୋଡାଇଦେଇଥାଏ। ଆଜିର ଏହି ଆତଙ୍କ ବାଦୀ କାର୍ଯ୍ୟକଳାପ କେବଳ ଉପକୂଳବର୍ତୀ ଅଂଚଳରେ ପ୍ରାଥମିକ ଭାବରେ ମଞି ବୁଣା ହୋଇ ଚାରାଉତରା କାର୍ଯ୍ୟ ଆରମ୍ଭ ହୋଇସାରିଛି ମାତ୍ର ସେହି ମୂଳ ଗଛର ଉତ୍ପୀଡନ କେବେ କିଏ କରିବ ତାହା କେବଳ ବୁଦ୍ଧିଜିବୀ କହିଦେଲେ ହେବନାହିଂ ବରଂ ରାଜ୍ୟ ସହ କେନ୍ଦ୍ର ସରକାର ଏହି ଅନୁପ୍ରବେଶକୁ ରୋକିବା ପାଇଂ ନିୟମ କରିବା ଆବଶ୍ୟକ ବୋଲି ଉପକୂଳବାସୀ ଦାବୀ କରିଛନ୍ତି। ଉପକୂଳ ଅଂଚଳରେ ରାଜନୈତିକ ନେତାମାନଙ୍କ କାର୍ଯ୍ୟକଳାପ ମଧ୍ୟ ସରକାରଙ୍କ ଆତଙ୍କବାଦୀ ପରିସରଭୁକ୍ତ ହେବା ନିହାତି ଦରକାର ବୋଲି ବିଭିନ୍ନ ଜନ ନାୟକ ମତପୋଷଣ କରନ୍ତିି କାରଣ ଏହି ରାଜନୈତିକ ନେତା ମାନେ ପ୍ରାଥମିକ ଭାବରେ ନିଜ ଇଲାକାରେ ସେମାନଙ୍କ ଭୋଟ ହାତେଇବା ଉଦ୍ଦେଶ୍ୱରେ ସେମାନଙ୍କୁ ଭୋଟରପରିଚୟପତ୍ର ,ଖାଉଟି ପରିଚୟପତ୍ର ଆଧାର ପରିଚୟପତ୍ର ହି କରାଇଦେଇଥାନ୍ତି ଫଳରେ ଆଗାମୀ ସମୟରେ ସେମାନେ ନିଜର ମନ୍ଦ ଉଦ୍ଦେଶ୍୍ୟ ସାଧନ ପାଇଁ ଓଡିଶାକୁ ବଳିିପକାବାକୁ ପଛାନ୍ତି ନାହିଁ ।ଧାମରାରେ ଥିବା ପ୍ରତିିରକ୍ଷା ଘାଟି ଉପରକୁ ସମସ୍ତ ଆତଙ୍କବାଦୀଙ୍କ ନଜର ରହିଥିବା ବେଳେ ସିମି ସଙ୍ଗଠନର ଆବିଦ ମିର୍ଜା, ଆବୁ ପଇଜ, ଆମଜାଦ ଖାଂ, ଏମଡି ସଲିକ, ଶେଖ ସମୀର, ଓ ଜାକୀର ହୁସେନ ଆତଙ୍କ ସୃଷ୍ଟି କରିଥିବା ବେଳେ ଜଗତପୁର ଥାନା ଅଂଚଳରୁ ଅଲକାଇଦା ଆତଙ୍କବାଦୀ ଅବଦୁଲ ରହେମାନ ର ଗିରଫ ଏବଂ ଧାମରା ପ୍ରତିରକ୍ଷା ଘାଟିି କୁ ନଜର, ସହ ବାଲେଶ୍ୱରର ଚାନ୍ଦିପୁର ପ୍ରତିରକ୍ଷା କେନ୍ଦ୍ରର ଫଟୋଗ୍ରାଫର ଇଶ୍ୱରଚନ୍ଦ୍ର ବେହେରାଙ୍କ ଗିରଫ ସମସ୍ତ ସମୀକରଣ କୁ ବଦଳାଇବାରେ ସକ୍ଷମ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଗୋଇନ୍ଦା ବିଭାଗ ପାଖରେ କିଛି ଖବର ନରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି। କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ପାଖରେ ସବୁ ଖବର ପହଂଚିପାରୁଥିବା ବେଳେ ରାଜ୍ୟ ଗୁଇନ୍ଦା ବିଭାଗ କେବଳ ନୀରଜଦ୍ରଷ୍ଟା ସାଜିବାଟା କେତେଦୂର ଶୋଭନୀୟ ଅଥବା ରାଜ୍ୟ ଗୋଇନ୍ଦା ବିଭାଗ ସବୁ ଜାଣି ଘଂଟଘୋଡଇବା କାର୍ଯ୍ୟ କୁ ବୁଦ୍ଧିଜିବୀ ଗ୍ରହଣ କରିପାରୁନାହାନ୍ତି।ଶେଷ ଖବର ଅନୁଯାଇ ଭଦ୍ରକ ଜିଲ୍ଲା ର ଉପାନ୍ତ ଅଂଚଳ ଏହି ବାଂଲାଦେଶୀ ମାନଙ୍କର ଚରାଭୂଇଁ ପାଲଟିଥିବା ବେଳେ ଏହି ଅଂଚଳରେ କେତେ ବାଲାଂଦେଶୀ ଅନୁପ୍ରବେଶ କାରୀ ବର୍ତମାନ ସୁଦ୍ଧା ନିଜର କାୟା ବିସ୍ଥାର କରି ଚାଲିଛନ୍ତି ତାହାର ହିସାବ ଜିଲ୍ଲା ପ୍ରଶାସନ/ବ୍ଲକ ପ୍ରଶାସନ କିମ୍ବା ଥାନାଧିକାରିଙ୍କ ପାଖରେ ମହଜୁଦ ନାହିଁ। ସର୍ବଶେଷ ଖବର ଅନୁଯାଇ ସମସ୍ତ ଜନସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢୁଥିବା ବେଳେ କିପରି ମୋହନଙ୍କ ସରକାରରେ ବାଂଲାଦେଶୀ ଅନୁପ୍ରବେଶ କାରୀଙ୍କ ସଂଖ୍ୟା କମି କମି ଚାଲିଛି ତାହା ହାସ୍୍ୟାସ୍ପଦ ବୋଲି ଚର୍ଚା ଚାଲିଛି। ଚଳିତ ବର୍ଷ ମୋହନ ସରକାର ବିଧାନ ସଭାରେ ରାଜ୍ୟରେ ସମୁଦାୟ ବାଂଲାଦେଶୀ ଅନୁପ୍ରବେଶ କାରୀଙ୍କ ସଂଖ୍ୟା ୭୩ ବୋଲି ବିଧାନ ସଭାରେ ପ୍ରକାଶ କରିଥିବା ବେଳେ ଭୂବନେଶ୍ୱରରେ ୨୪, ଜଗତସିଂପୁରରେ ୨୧, କଟକରେ ୧୫, ବ୍ରହ୍ମପୁରରେ ୬, କନ୍ଧମାଳରେ ୩ କୋରାପୁଟରେ ୧ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୩ ବୋଲି ଉତର ରଖିଥିବା ବେଳେ ପ୍ରକୃତ ତଥ୍ୟ ଏହା ଠାରୁ ସଂପୂର୍ଣ ଭିନ୍ନ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande