ବିଜେଡି ଛାଡି ବିଜେପିରେ ମିଶିଲେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା
କେନ୍ଦ୍ରାପଡା, ୨୬ ମଇ (ହି.ସ.)- କେନ୍ଦ୍ରାପଡାର ପୂର୍ବତନ ସରପଂଚ ତଥା ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସାହୁ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ବିଜେଡିର ବରିଷ୍ଠ ନେତା ତଥା ବଗଡା ପଂଚାୟତର ସଭାପତି ସୁରେନ୍ଦ୍ର ସାହୁ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀମତୀ ସାହୁ ଓ ସୁରେନ୍ଦ
ବିଜେଡି ଛାଡି ବିଜେପିରେ ମିଶିଲେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ।


କେନ୍ଦ୍ରାପଡା, ୨୬ ମଇ (ହି.ସ.)- କେନ୍ଦ୍ରାପଡାର ପୂର୍ବତନ ସରପଂଚ ତଥା ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସାହୁ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ବିଜେଡିର ବରିଷ୍ଠ ନେତା ତଥା ବଗଡା ପଂଚାୟତର ସଭାପତି ସୁରେନ୍ଦ୍ର ସାହୁ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀମତୀ ସାହୁ ଓ ସୁରେନ୍ଦ୍ର ସାହୁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେପିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି । ଏଥିସହ ରାଜ୍ୟରେ ବିଜେପି ସରକାର ସ୍ୱଚ୍ଛ ଶାସନ ଚଳାଉଥିବାରୁ ସେମାନେ ଏଥିରୁ ଅନୁପ୍ରାଣିତ ହେଉଥିବା ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଡକ୍ଟର ଜ୍ୟୋସ୍ନାରାଣୀ ଜେନାଙ୍କ ମୁଖ୍ୟ ପରାମର୍ଶ ଦାତା ଅମୀୟ ଜେନାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ତୃଣମୂଳସ୍ତରରେ ବିଜେପିକୁ ଅଧିକ ସକ୍ରିୟ ମଜବୁତ କରିବା ପାଇଁ ତାଙ୍କର ପ୍ରୟାସ ଜାରି ରହିବ ବୋଲି କହିଛନ୍ତି । ଆଗାମୀ ଦିନରେ ହଜାର ହଜାର ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ଏହି ମିଶ୍ରଣ ପର୍ବରେ ବିଜେପି ଜିଲ୍ଲା କାର୍ଯ୍ୟନିର୍ବାହୀ ସଦସ୍ୟ ମନୋରଞ୍ଜନ ସାମଲ, ଜିଲ୍ଲା ଏସ୍.ସି ମୋର୍ଚ୍ଚା ଉପସଭାପତି ସ୍ୱରାଜ ମଲ୍ଲିକ, ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଭାତ ରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande