
କେନ୍ଦ୍ରାପଡା, ୨୬ ମଇ (ହି.ସ.)- ୨୭ ତାରିଖ ବୁଧବାର ମହାପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ। ଚିତ୍ରକର ସେବାୟତ ଜୟ ମଙ୍ଗଳା ଆଳତି ସମ୍ପନ୍ନ ପରେ ରତ୍ନ ସିଂହାସନକୁ ଯାଇ ଏହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ତୁଲାଇଥାନ୍ତି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସକାଳ ସାତଟାରୁ ଦଶଟା ତିନି ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ପ୍ରଶାସନିକ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରବି