
କେନ୍ଦ୍ରାପଡା, ୨୬ ମଇ (ହି.ସ.)- କେନ୍ଦ୍ରାପଡାର ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ପକ୍ଷରୁ ଓଡିଶା ଭକ୍ତି, ସଂଗୀତ ସମ୍ରାଟ ଭିକାରୀ ବଳଙ୍କ ୯୭ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମବାୟବିତ୍ ସୁଶୀଲ କୁମାର ସାମଲ ମୁଖ୍ୟ ଅତିଥି, କବି ଡକ୍ଟର ମନୋରଞ୍ଜନ ଦାଶ ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସଂଗୀତ ଗୁରୁ ତଥା ଭିକାରୀ ବଳଙ୍କ ଅନ୍ୟତମ ପଟ୍ଟଶିଷ୍ୟ ରବିନ୍ଦ୍ର ନାଥ ମିଶ୍ରଙ୍କ ସମେତ ଫୋରଡ ବାୟା ଆଶ୍ରମର ମହନ୍ତ ହୃଷିକେଶ ଦାସ ମହାରାଜ ପ୍ରମୁଖ ଯୋଗଦେଇ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ନିରୁପମା ଜେନା ଶ୍ରଦ୍ଧାଞ୍ଜଳି ସଂଗୀତ ଗନ କରିଥିଲେ । ସଭା ଶେଷରେ ବିକ୍ରମ କେଶରୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି