ଭୁବନ ର ସତ୍ୟଜିତ୍ ସାହୁ,ରାକେଶ ରାଉତ ଓ ଏ ଏସ ପାଇଲେ
ଭୁବନ ୨୬ ମେ (ହି.ସ.) ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ଦୁଇ ଶହ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହାସଲ କରିଛନ୍ତି । ସେଥି ମଧ୍ୟରୁ ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ୭ ନମ୍ବର ୱାର୍ଡ ବଡ଼ହାଟ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ମନୋଜ କୁମାର ସାହୁ ଓ ଦିପ୍ତିମୟୀ ସାହୁ ଙ୍କ ପୁତ
ରାକେଶ ରାଉତ


ସତ୍ୟଜିତ ସାହୁ


ଭୁବନ ୨୬ ମେ (ହି.ସ.) ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ଦୁଇ ଶହ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହାସଲ କରିଛନ୍ତି । ସେଥି ମଧ୍ୟରୁ ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ୭ ନମ୍ବର ୱାର୍ଡ ବଡ଼ହାଟ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ମନୋଜ କୁମାର ସାହୁ ଓ ଦିପ୍ତିମୟୀ ସାହୁ ଙ୍କ ପୁତ୍ର ସତ୍ୟଜିତ ସାହୁ ( ୧୦୮ କ୍ରମାଙ୍କ ) ସଫଳ ହୋଇ ଭୁବନ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ସତ୍ୟଜିତ ଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ,ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟୁଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଛନ୍ତି । ଅନୁରୂପ ଭାବେ ଭୁବନ ବ୍ଲକ ଯମୁନାକୋଟ ଗ୍ରାମର ରାକେଶ ରାଉତ (କ୍ରମାଙ୍କ ୩୬) ମଧ୍ୟ ସଫଳତା ହାସଲ କରିଥିବା ଜଣାପଡିଛି।ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଓ ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ରାକେଶ ଗାଁ ପାଇଁ ଗର୍ବ ଆଣିଛନ୍ତି ବୋଲି କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande