
ଭୁବନେଶ୍ୱର, ୨୬ ମଇ (ହି.ସ.)- ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସେବା (ଓସିଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ମାଧ୍ୟମରେ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଶାସନିକ ସେବାକୁ କେବଳ ଏକ ପଦବୀ ନୁହେଁ, ବରଂ ଜନସେବାର ଏକ ପବିତ୍ର ବ୍ରତ ଭାବେ ଗ୍ରହଣ କରି ଏକ ସ୍ୱଚ୍ଛ, ପାରଦର୍ଶୀ ଓ ଜନକୈନ୍ଦ୍ରିକ ପ୍ରଶାସନିକ ବ୍ୟବସ୍ଥା ଗଠନ ସହ ସରକାରଙ୍କ ପ୍ରତିନିଧି ଭାବେ ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନାକୁ ସମାଜର ଶେଷ ଧାଡ଼ିରେ ଥିବା ହିତାଧିକାରୀଙ୍କ ପର୍ଯ୍ୟନ୍ତ ସଫଳତାର ସହ ପହଂଚାଇବା ଆପଣମାନଙ୍କର ମୁଖ୍ୟ ସଂକଳ୍ପ ହେଉ। 'ସମୃଦ୍ଧ ଓଡ଼ିଶା' ଗଠନର ଏହି ଗୌରବମୟ ଯାତ୍ରାରେ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା