ଅର୍ଥମନ୍ତ୍ରୀଙ୍କ '୩ଏଫ' ମନ୍ତବ୍ୟକୁ କଂଗ୍ରେସର ଟାର୍ଗେଟ୍
ନୂଆଦିଲ୍ଲୀ, ୨୬ ମଇ (ହି.ସ.)- କଂଗ୍ରେସ ସାଧାରଣ ସମ୍ପାଦକ (ଯୋଗାଯୋଗ) ଜୟରାମ ରମେଶ ପଶ୍ଚିମ ଏସିଆ ସଙ୍କଟ ଏବଂ ଅର୍ଥବ୍ୟବସ୍ଥା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ୩ଏଫ ବିବୃତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ଅର୍ଥମନ୍ତ୍ରୀ ନିଜେ ଇନ୍ଧନ, ସାର ଏବଂ ବୈଦ
ଅର୍ଥମନ୍ତ୍ରୀଙ୍କ '୩ଏଫ' ମନ୍ତବ୍ୟକୁ କଂଗ୍ରେସର ଟାର୍ଗେଟ୍


ନୂଆଦିଲ୍ଲୀ, ୨୬ ମଇ (ହି.ସ.)- କଂଗ୍ରେସ ସାଧାରଣ ସମ୍ପାଦକ (ଯୋଗାଯୋଗ) ଜୟରାମ ରମେଶ ପଶ୍ଚିମ ଏସିଆ ସଙ୍କଟ ଏବଂ ଅର୍ଥବ୍ୟବସ୍ଥା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ୩ଏଫ ବିବୃତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ଅର୍ଥମନ୍ତ୍ରୀ ନିଜେ ଇନ୍ଧନ, ସାର ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ବିଷୟରେ କହୁଛନ୍ତି, ଯେତେବେଳେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ବୃଦ୍ଧି ହେତୁ ସାଧାରଣ ଲୋକ ଚାପରେ ଅଛନ୍ତି ।

ମଙ୍ଗଳବାର ଦିନ ଏକ୍ସରେ ଜୟରାମ ରମେଶ କହିଛନ୍ତି ଯେ, ଅର୍ଥମନ୍ତ୍ରୀ ୩ଏଫ ଅର୍ଥାତ୍ ଇନ୍ଧନ, ସାର ଏବଂ ଫରେକ୍ସକୁ ଗମ୍ଭୀର ଚିନ୍ତାର ବିଷୟ ବୋଲି ଉଲ୍ଲେଖ କରିଛନ୍ତି, କିନ୍ତୁ ସେ ଚତୁର୍ଥ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ 'ଏଫ' କୁ ଭୁଲିଯାଉଛନ୍ତି । ଗତ କିଛି ବର୍ଷ ଧରି ଘରୋଇ ନିବେଶର ହ୍ରାସ ହାର ଦେଖିବାକୁ ମିଳୁଛି । ମୋଟ୍ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ. ଡି. ଆଇ.) ପ୍ରବାହ ହ୍ରାସ ପାଇଛି ଏବଂ ମୋଟ୍ ଘରୋଇ ଉତ୍ପାଦ (ଜି. ଡି. ପି.) ର ପ୍ରତିଶତ ଭାବେ ଘରୋଇ କର୍ପୋରେଟ ନିବେଶ ୨୦୧୪ ପୂର୍ବର ସର୍ବୋଚ୍ଚ ସ୍ତରରେ ପାଖାପାଖି ଅଧା ସ୍ତରରେ ପହଂଚିଛି ।

ରମେଶ କହିଥିଲେ ଯେ, ଭାରତୀୟ ବ୍ୟବସାୟୀମାନେ ଏବେ ବିଦେଶରେ ଅଧିକ ସ୍ଥିର ଏବଂ ଲାଭପ୍ରଦ ସୁଯୋଗ ଖୋଜୁଛନ୍ତି ଏବଂ ଭାରତୀୟ କର୍ପୋରେଟ ଲିଡରମାନେ ମଧ୍ୟ ବିଦେଶରେ ବସବାସ କରୁଛନ୍ତି । ନିବେଶ କେବଳ ଏକ ଆର୍ôଥକ ନିଷ୍ପତି ନୁହେଁ, ଏହା ମନସ୍ତାତ୍ୱିକ କାରଣ ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାଏ । ବ୍ୟାପକ ଉପଭୋକ୍ତା ଚାହିଦାରେ ଅଭିବୃଦ୍ଧିର ଅଭାବ କମ୍ପାନୀଗୁଡ଼ିକୁ ନିବେଶରୁ ନିରୁତ୍ସାହିତ କରିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande