ଅବସରପ୍ରାପ୍ତ କିରାଣୀ ଚିନ୍ତାମଣି ଷଡ଼ଙ୍ଗୀଙ୍କ ପରଲୋକ
ବଲାଙ୍ଗିର, ୨୬ ମଇ (ହି.ସ.)- ବଲାଙ୍ଗିର ସହର ଗାନ୍ଧୀନଗର ପଡ଼ା ବାସିନ୍ଦା ତଥା ଶିକ୍ଷା ବିଭାଗର ଅବସରପ୍ରାପ୍ତ କିରାଣୀ ଚିନ୍ତାମଣି ଷଡ଼ଙ୍ଗୀଙ୍କର ୭୩ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗ ଖବର ପାଇବା ପରେ ଶିକ୍ଷା ମହଲ ସହ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ଷଡ଼ଙ୍ଗୀ ନିଜର ଦୀର
ଅବସରପ୍ରାପ୍ତ କିରାଣୀ ଚିନ୍ତାମଣି ଷଡ଼ଙ୍ଗୀ ଙ୍କ ପରଲୋକ,ଶିକ୍ଷା ମହଲରେ ଶୋକର ଛାୟା


ବଲାଙ୍ଗିର, ୨୬ ମଇ (ହି.ସ.)- ବଲାଙ୍ଗିର ସହର ଗାନ୍ଧୀନଗର ପଡ଼ା ବାସିନ୍ଦା ତଥା ଶିକ୍ଷା ବିଭାଗର ଅବସରପ୍ରାପ୍ତ କିରାଣୀ ଚିନ୍ତାମଣି ଷଡ଼ଙ୍ଗୀଙ୍କର ୭୩ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗ ଖବର ପାଇବା ପରେ ଶିକ୍ଷା ମହଲ ସହ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ଷଡ଼ଙ୍ଗୀ ନିଜର ଦୀର୍ଘ କର୍ମମୟ ଜୀବନରେ ଜୟପାଟଣା, ପାଟଣାଗଡ, ବଲାଙ୍ଗୀର, ସୋନପୁର ଓ ଦେଓଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। କର୍ତ୍ତବ୍ୟନିଷ୍ଠା, ସରଳ ବ୍ୟବହାର ଓ ସହଯୋଗୀ ମନୋଭାବ ପାଇଁ ସେ ସମସ୍ତଙ୍କ ନିକଟରେ ପ୍ରିୟ ଥିଲେ। ପରେ ଦେଓଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟରୁ ସେ ବ୍ଲକ ଆକାଉଣ୍ଟାଣ୍ଟ ଭାବେ ଅବସର ଗ୍ରହଣ କରିଥିଲେ।

ତାଙ୍କ ପରିବାରରେ ତାଙ୍କ ଧର୍ମପତ୍ନୀ ସେବତୀ ଷଡ଼ଙ୍ଗୀ, ପୁଅ ଜିତେନ୍ଦ୍ର, ବୋହୂ ଅନିତା, ଝିଅ ସୁଷମା ଓ ସୁନିତାଙ୍କ ସହ ନାତୁଣୀ ସାନବିକା ଓ ଆରୋନି ରହିଛନ୍ତି। ତାଙ୍କ ବିୟୋଗରେ ପରିବାରବର୍ଗ ତଥା ଆତ୍ମୀୟସ୍ୱଜନ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ବହୁ ଶିକ୍ଷକ, କର୍ମଚାରୀ, କିରାଣୀ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ଥାନୀୟ ବିଭୁତି ପଡ଼ା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।ପୁଅ ଜିତେନ୍ଦ୍ର ମୁଖାଗ୍ନି ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande