ଏଏନ୍ଏମ ଭରସାରେ ଚାଲିଛି ସିଲଯୋଡା ସେଂଟ୍ରାଲ ହସ୍ପିଟାଲ
ଚମ୍ପୁଆ, ୨୬ ମେ (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡସ୍ଥ ଯୋଡା ବ୍ଲକ୍ ବଳଦା ପଂଚାୟତ ଅନ୍ତର୍ଗତ ସିଲ୍ ଯୋଡ଼ା ଠାରେ ଥିବା ସିଲଯୋଡା କେନ୍ଦ୍ରୀୟ ଚିକିତ୍ସାଳୟଟି ଅବ୍ୟବସ୍ଥାରେ ଚାଲିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଦ୍ୱାରା ବହୁ ବର୍ଷ ପୂ
ଚାନୁଟମାଲ୍ ଦନ୍ତା ହାତୀ ମୃତ୍ୟୁ ମାମଲା : ରେଞ୍ଜରଙ୍କୁ କାହିଁକି ‘କ୍ଲିନ୍ ଚିଟ୍’? ତଦନ୍ତକାରୀ ଅଧିକାରୀଙ୍କ ନୀରବତା ପଛର ରହସ୍ୟ କଣ?


ଚମ୍ପୁଆ, ୨୬ ମେ (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡସ୍ଥ ଯୋଡା ବ୍ଲକ୍ ବଳଦା ପଂଚାୟତ ଅନ୍ତର୍ଗତ ସିଲ୍ ଯୋଡ଼ା ଠାରେ ଥିବା ସିଲଯୋଡା କେନ୍ଦ୍ରୀୟ ଚିକିତ୍ସାଳୟଟି ଅବ୍ୟବସ୍ଥାରେ ଚାଲିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଦ୍ୱାରା ବହୁ ବର୍ଷ ପୂର୍ବେ ଏହି ଡାକ୍ତର ଖାନା ନିର୍ମିତ ହୋଇଥିଲା । ଖଣି ଅଂଚଳରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଏହି ଡାକ୍ତର ଖାନାରେ ଚିକିତ୍ସା ପାଇ ପାରୁ ଥିଲେ । ଖଣି ଅଂଚଳରେ ଅନେକ ସମୟରେ ଘଟୁଥିବା ଦୁର୍ଘଟଣାରେ ଗୁରୁତର ଶ୍ରମିକଙ୍କୁ ଆଶୁ ଚିକିତ୍ସା ମିଳି ପାରୁ ଥିଲା । ମାତ୍ର ଦୀର୍ଘ ବର୍ଷ ହେବ ଏହି ଡାକ୍ତର ଖାନା ପ୍ରତି ବିଭାଗୀୟ ଅବହେଳା ହେତୁ ଲୋକେ ଚିକିତ୍ସା ସୁବିଧାରୁ ବଂଚିତ ହେଉଛନ୍ତି । ଏଠାରେ ଦୁଇଟି ରୋଗୀ ଶଯ୍ୟା ରହିଥିଲେ ହେଁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି । କୌଣସି ରୋଗୀ ଚିକିତ୍ସା ପାଇଁ ଗଲେ ତାଙ୍କୁ ଅନ୍ଧକାର ଥିବା ଉକ୍ତ କୋଠରୀରେ ରହିବାକୁ ପଡ଼ୁଛି । ଡାକ୍ତର ଖାନାର ଗୃହ ଗୁଡ଼ିକ ଦୀର୍ଘ ବର୍ଷରୁ ମରାମତି ଅଭାବରୁ ଜରାଜୀର୍ଣ୍ଣ ତଥା ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଛି । ପାନୀୟ ଜଳ ଯୋଗାଣ ମଧ୍ୟ ବନ୍ଦ ହୋଇ ଯାଇଛି । ଏହି ପ୍ରାଇମେରୀ ହେଲ୍ଥ ସେଂଟରରେ ଜଣେ ଏ ଏନ୍ ଏମ୍ ରହି ରୋଗୀଙ୍କୁ ଆବଶ୍ୟକ ସ୍ଥଳେ ମେଡିସିନ ଦେଉଥିବା ଦେଖିବାକୁ ମିଳିଛି ।ଥଣ୍ଡା, କାଶ ରୋଗୀଙ୍କୁ ମେଡିସିନ ଦେଇ ଡାକ୍ତର ଖାନା ସମ୍ଭାଳୁ ଥିବା ଦେଖିବାକୁ ମିଳିଛି । ଏହି ଡାକ୍ତର ଖାନା ଉପରେ ବଳଦା, କାଳୀ ମାଟି, ସିଲ୍ ଯୋଡା, ଗୁରୁଡା, ତାଡ଼ପାଣି, କୁଣ୍ଡ ପୋଷି, ଚଡ଼କମରା, ବି ଅନପିଟ, ଠାକୁରାଣୀ ଆଦି ଅଞ୍ଚଳର ପ୍ରାୟ ୮ ହଜାର ରୁ ଉର୍ଦ୍ଧ୍ୱ ଲୋକ ନିର୍ଭର କରୁଥିଲେ । ମାତ୍ର ଡାକ୍ତରଖାନାର ଅବ୍ୟବସ୍ଥା ହେତୁ ଚିକିତ୍ସା ସୁବିଧା ପାଇ ପାରୁ ନ ଥିବା ଅଂଚଳର ମୁନା ମହାନ୍ତ, ଭୀଷ୍ମ ମହାକୁଡ, ମିତ୍ର ଭାନୁ ନାଏକ, ଅଜୟ ମୁଣ୍ଡା, ବାବଲୁ ମୁଣ୍ଡା ପ୍ରମୁଖ କହିଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ସୁଦୂର କାଳୀମାଟି କୁ ଚିକିତ୍ସା ପାଇଁ ଯାଉଥିବା ପ୍ରକାଶ କରିଛନ୍ତି । ଖଣି ଅଂଚଳରେ କୌଣସି ଦୁର୍ଘଟଣା ଘଟିଲେ ଗୁରୁତର ଶ୍ରମିକଙ୍କୁ ଆଶୁ ଚିକିତ୍ସା ମିଳୁ ନ ଥିବାରୁ ଯୋଡା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପଡ଼ୁଛି । ମାତ୍ର ଟ୍ରାଫିକ ସମସ୍ୟା ହେତୁ ଅନେକ ସମୟରେ ରୋଗୀ ହନ୍ତସନ୍ତ ହେଉ ଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଡାକ୍ତର ଖାନା ଦାୟିତ୍ୱରେ ଥିବା ଏ ଏନ୍ ଏମ୍ ସୁଷମା ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଏଠାରେ ଡାକ୍ତର ନିଯୁକ୍ତ ଅଛନ୍ତି । ମାତ୍ର ସେ ବଡ଼ବିଲରୁ କାଁ ଭାଁ ଆସନ୍ତି । ଏଠାରେ ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀ ଅଭାବରୁ ଲୋକଙ୍କୁ ପୂର୍ଣ୍ଣ ଭାବେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଇ ପାରୁ ନାହିଁ । ଡାକ୍ତରଖାନାଟି ଅବ୍ୟବସ୍ଥାରେ ଚାଲିଛି । କେବଳ ସାମାନ୍ୟ ଜ୍ୱର, ଥଣ୍ଡା ହେଲେ ଲୋକଙ୍କୁ ସେ ଔଷଧ ଦେଉଥିବା କହିଥିଲେ । ଏ ନେଇ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା ବିଭାଗୀୟ ଦୃଷ୍ଟି ପଡୁ ନ ଥିବା ସେ କହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande