ବିଜେପିରେ ସାମିଲ ହେଲେ ଦେବାଶିଷ ସାମନ୍ତରାୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନରେ ଓଡ଼ିଶା ବିକଶିତ ହେଉଛି- ଦେବାଶିଷ ସାମନ୍ତରାୟ
ଭୁବନେଶ୍ୱର, 26 ମେ (ହି.ସ) ବିଜେପିରେ ସାମିଲ ହେଲେ ଦେବାଶିଷ ସାମନ୍ତରାୟ । ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ। ଦିଲ୍ଲୀ ବିଜେପି ଜାତୀୟ ମୁଖ୍ୟାଳୟରେ ଚାଲିଥିବା ମିଶ୍ରଣ ପର୍ବରେ ସେ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି।
ଦେବଶିଷ


ଭୁବନେଶ୍ୱର, 26 ମେ

(ହି.ସ) ବିଜେପିରେ ସାମିଲ ହେଲେ ଦେବାଶିଷ ସାମନ୍ତରାୟ । ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ

ହୋଇଛନ୍ତି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ। ଦିଲ୍ଲୀ ବିଜେପି ଜାତୀୟ ମୁଖ୍ୟାଳୟରେ ଚାଲିଥିବା

ମିଶ୍ରଣ ପର୍ବରେ ସେ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ

ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି।

ଗତକାଲି ସେ ବିଜେଡିରୁ

ଇସ୍ତଫା ଦେଇଥିଲେ । ଆଜି ଦିଲ୍ଲୀରେ ବିଜେପିର ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ଦଳୀୟ ସଦସ୍ୟତା

ଗ୍ରହଣ କରିଛନ୍ତି।

ବିଜେପିରେ ମିଶିବା ପରେ

ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ବ ଓ

କାର୍ଯ୍ୟରେ ପ୍ରଭାବିତ ହୋଇ ବିଜେପିରେ ମିଶିଥିବା ସେ କହିଛନ୍ତି ।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ

ମୋଦିଙ୍କ ଭିଜନରେ ଓଡ଼ିଶା ବିକଶିତ ହେଉଛି । ଗୁଣ୍ଡୁଚି ମୂଷା ଭଳି ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ

ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାରେ ବିଜେପି ପାଇଁ ବହୁତ କାମ କରିବି, ଦଳକୁ ଆହୁରି ସୁଦୃଢ଼ କରିବି ବୋଲି ସେ କହିଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande