କ୍ଵାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ପ୍ରମୁଖ ରାଜିନାମା ସ୍ଵାକ୍ଷରିତ
ନୂଆଦିଲ୍ଲୀ, ୨୬ ମଇ (ହି.ସ.)- ଅଷ୍ଟ୍ରେଲିଆ, ଆମେରିକା, ଜାପାନ ଏବଂ ଭାରତର ଚତୁର୍ଭୁଜ ରଣନୈତିକ ମେଂଟ ର ବୈଦେଶିକ ମନ୍ତ୍ରୀମାନେ ଆଜି ଏଠାରେ ଅନୁଷ୍ଠିତ ବୈଠକରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ସାମୁଦ୍ରିକ ତଦାରଖ, ଶକ୍ତି ସୁରକ୍ଷା ଏବଂ ବିରଳ ଖଣିଜ ଖନନ, ବିଶୋଧନ ଏବଂ ଯୋଗାଣ ଶୃଙ୍ଖଳା ଉପରେ ଗୁର
କ୍ଵାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ପ୍ରମୁଖ ରାଜିନାମା ସ୍ଵାକ୍ଷରିତ


ନୂଆଦିଲ୍ଲୀ, ୨୬ ମଇ (ହି.ସ.)- ଅଷ୍ଟ୍ରେଲିଆ, ଆମେରିକା, ଜାପାନ ଏବଂ ଭାରତର ଚତୁର୍ଭୁଜ ରଣନୈତିକ ମେଂଟ ର ବୈଦେଶିକ ମନ୍ତ୍ରୀମାନେ ଆଜି ଏଠାରେ ଅନୁଷ୍ଠିତ ବୈଠକରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ସାମୁଦ୍ରିକ ତଦାରଖ, ଶକ୍ତି ସୁରକ୍ଷା ଏବଂ ବିରଳ ଖଣିଜ ଖନନ, ବିଶୋଧନ ଏବଂ ଯୋଗାଣ ଶୃଙ୍ଖଳା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ।

ମଙ୍ଗଳବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଦ୍ୱାରା ଆୟୋଜିତ 'କ୍ଵାଡ୍' ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଅର୍ଥପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ, ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ୍, ଜାପାନ ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ତିନୋଟି ପଦକ୍ଷେପ ତଥା କ୍ୱାଡ୍ ପଦକ୍ଷେପ ଉପରେ ହୋଇଥିବା ଅଗ୍ରଗତିର ବିସ୍ତୃତ ସମୀକ୍ଷା କରାଯାଇଥିଲା, ପ୍ରାଥମିକତା କ୍ଷେତ୍ରରେ ସହଯୋଗ ବୃଦ୍ଧି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳର ବିକାଶ ସମେତ ପାରସ୍ପରିକ ସ୍ୱାର୍ଥର ଅନ୍ୟାନ୍ୟ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରାଯାଇଥିଲା ।

ବୈଠକ ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଏହି ରଣନୈତିକ ବୈଠକର ଫଳାଫଳ ସେୟାର୍ କରିଥିଲେ ଏବଂ କହିଥିଲେ ଯେ, ଆଜିର ବିଶ୍ୱରେ ଆମର ପାରସ୍ପରିକ ସହଯୋଗ କେତେ ନିକଟତର, ଯେଉଁଠି ଗୋଟିଏ ପଟେ ଅନେକ ଆହ୍ୱାନ ରହିଛି ଏବଂ ଅନ୍ୟ ପଟେ ଅନେକ ସୁଯୋଗ ରହିଛି, ଏହି ସଫଳ ବୈଠକ ଏହା ଦର୍ଶାଉଛି । ବୈଠକ ପରେ ଜାରି ହୋଇଥିବା ମିଳିତ ବିବୃତି ଏବଂ ତଥ୍ୟ ପତ୍ରରେ ବୈଠକର ନିଷ୍ପତି, ପଦକ୍ଷେପ ଏବଂ ଅନ୍ୟାନ୍ୟ ରଣନୈତିକ ସହଯୋଗ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande