
ଭୁବନେଶ୍ୱର, 26 ମେ
(ହି.ସ) - କଳାହାଣ୍ଡି ମଦନପୁର ରାମପୁରରେ ଅଘଟଣ । ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ନିର୍ମାଣଧୀନ
ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲୁଥିବା ସମୟରେ ୬ ଜଣଙ୍କ ମୃତ୍ୟୁ ଘଟିଛି ।
ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ
ଜୀବନ ଯାଇଥିବାବେଳେ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ
ମଧ୍ୟରେ ୩ ଜଣ ମିସ୍ତ୍ରୀ, ଜଣେ ଶ୍ରମିକ ଘର ମାଲିକ ଏବଂ ତାଙ୍କ ପୁଅ
ରହିଛନ୍ତି।
ସୂଚନା ଅନୁଯାୟୀ ପ୍ରଥମେ
ଜଣେ ମିସ୍ତ୍ରୀ ପାଇଖାନା ଟାଙ୍କି ଭିତରେ ପଡ଼ି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଆଉ ୫ ଜଣ ବି
ଟାଙ୍କି ଭିତରକୁ ପଶିଥିଲେ। ସ୍ଥାନୀୟ ଲୋକ ଓ ପ୍ରଶାସନର ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ
ତୁରନ୍ତ ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା