ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘର ୪ର୍ଥ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ
ଭୁବନେଶ୍ୱର, ୨୬ ମଇ (ହି.ସ.)- ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂ ପକ୍ଷରୁ ଚତୁର୍ଥ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ମଙ୍ଗଳବାର ଜୟଦେବ ଭବନ ଭୁବନେଶ୍ୱରଠାରେ ମହା ସମାରୋହରେ ପାଳନ କରାଯାଇଛି । ଉକ୍ତ ସମ୍ମିଳନୀରେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଜନକ ପ୍ରଧାନ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତି
thd


ଭୁବନେଶ୍ୱର, ୨୬ ମଇ (ହି.ସ.)- ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂ ପକ୍ଷରୁ ଚତୁର୍ଥ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ମଙ୍ଗଳବାର ଜୟଦେବ ଭବନ ଭୁବନେଶ୍ୱରଠାରେ ମହା ସମାରୋହରେ ପାଳନ କରାଯାଇଛି । ଉକ୍ତ ସମ୍ମିଳନୀରେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଜନକ ପ୍ରଧାନ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ଉଚ୍ଚନ୍ୟାୟାଳୟର ଆଡ୍ଭୋକେଟ୍ ଶ୍ରୀମତୀ ପ୍ରତିଭା ବର୍ମା ଓ ମହାସଂଘର ରାଜ୍ୟ ଆବାହକ ଦିଗମ୍ବର ଜେନା ଯୋଗଦେଇ ତାଙ୍କ ଅଭିଭାଷଣରେ କହିଲେ ଓଡ଼ିଶାରେ ଦୀର୍ଘଦିନ ଧରି ୧ଲକ୍ଷ ୨୭ ହଜାର ମଧ୍ୟାହ୍ନଭୋଜନ ପାଚକ ପାଚିକାମାନେ ଦୀର୍ଘଦିନ ଧରି କାର୍ଯ୍ୟକରି ଆସୁଛନ୍ତି । ବର୍ତମାନ ୩ ହଜାର ଟଙ୍କା ମାସିକ ପାରିଶ୍ରମିକ ବାବଦରେ ପାଉଛନ୍ତି ତା’ ସମୁଦ୍ରକୁ ଶଙ୍ଖେ । ସେମାନଙ୍କ ଦାବିଗୁଡ଼ିକ ହେଲା - ମାସିକ ୧୫,୦୦୦ ଟଙ୍କା ଦରମା ଲାଗୁ କରାଯାଉ , ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ଦିଆଯିବା ସହିତ ଡ୍ରେସ୍କୋର୍ଡ ଲାଗୁ କରାଯାଉ , ଚିକିତ୍ସା ଭତା ସହିତ ଜୀବନ ବୀମାର ସୁବିଧା , ୨୦୧୮ ମସିହା ଜାନୁଆରୀ ମାସଠାରୁ ବର୍ତ୍ତମାନ ପ୍ରଚଳିତ ବର୍ଦ୍ଧିତ ଦରମାର ବକେୟା ପାଉଣା ୨୭,୦୦୦ଟଙ୍କା ଦିଆଯିବା ସହିତ ମଇ, ଜୁନ୍ ଛୁଟି ଦୁଇ ମାସର ଦରମା ପ୍ରଦାନ କରାଯାଉ , ଛଟେଇ ଏବଂ ନିଯୁକ୍ତି କରିବା ବ୍ୟବସ୍ଥାକୁ ସରକାରଙ୍କ ସ୍କୁଲ୍ ବିଭାଗ ସିଧାସଳଖ ନିୟନ୍ତ୍ରଣରେ କରାଯାଉ , ଭବିଷ୍ୟନିଧି ଯୋଜନାରେ ସାମିଲ୍ କରାଯାଉ , ଅବସର ସୀମା ୬୦ ବର୍ଷରୁ ୬୨ ବର୍ଷ କରାଯାଉ . ପେନସନ୍ ଲାଗୁ କରାଯାଉ ଏବଂ କାର୍ଯ୍ୟରତ ସମୟରେ ଆକସ୍ମିକ ବିୟୋଗରେ କ୍ଷତିପୂରଣ ଦିଆଯିବାର ବ୍ୟବସ୍ଥା କରାଯାଉ । ଉକ୍ତ ସମ୍ମିଳନୀରେ ଓଡ଼ିଶା ୩୦ଗୋଟି ଜିଲ୍ଲାର ପାଚକ/ପାଚିକାମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଦେବା ସହିତ ସମୂହ ଦସ୍ତଖତ କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ତାଙ୍କ ବାସଭବନକୁ ଯାଇ ପ୍ରଦାନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande