
ବଲାଙ୍ଗିର, ୨୬ ମେ (ହି.ସ) - ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଫଟାମୁଣ୍ଡା ଗାଁ ର ସଂକଟରେ ପିଆଜ ଚାଷୀ, କୃଷି ଉଦ୍ୟାନ ବିଭାଗ ଦେଇଥିବା ବିହନ ଚାଷ କରି ଚାଷବଡ କ୍ଷତି ସହିଛନ୍ତି,ଯେଉଁ ପରିମାଣରେ ପିଆଜ ଚାଷ ଉତ୍ପାଦନ ହେବା କଥା ତାହା ହେଲା ନି,ବରଙ୍ଗ ଆକାର ଛୋଟ ହେବା ସହ ପରିମାଣ କମି ଗଲା। ଏତେ ବଡ କ୍ଷତି କେମିତି ଭରଣା କରିବେ। ସେ ନେଇ ଚିନ୍ତା ପଡିଯାଇଛନ୍ତି ଚାଷୀ। ଚାଷୀଙ୍କୁ ଭଲଭାବେ ବୁଝାଇ ଦେଲା କୃଷି ଉଦ୍ୟାନ ବିଭାଗ, ବିଭାଗ ଯୋଗାଉଥିବା ବିହନ ରୁ ଭଳ ପିଆଜ ଫଳିବ ବୋଲି ବିଭାଗ କହିଦେଲା ସିନା ମାତ୍ର ଅମଳ ବେଳକୁ ଚାଷୀ ଙ୍କ ଆଖି ଖୋସି ହୋଇଗଲା। ଯେଉଁ ପରିମାଣ ରେ ପିଆଜ ହେବା କଥା ହେଳା ନି, ପରିମାଣ ପୁରା କମିଗଲା ଆକାର ଛୋଟ ହୋଇଗଲା। ଏବେ ଏହି ପିଆଜ କୁ ନେଇ ଚାଷୀ କରିବେ କ'ଣ, ଚିନ୍ତା ରେ ପଡିଗଲେଣି, ବଲାଙ୍ଗିର ମୁରିବାହାଲ ବ୍ଳକ ଫଟାମୁଣ୍ଡା ଗାଁ ର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପ୍ରଚଣ୍ଡ ଖରାରେ କାମ କରିବାର ଆଜି ପରିଣାମ ଭୋଗୁଛନ୍ତି ଚାଷୀ। ମୁରିବାହାଲ ବ୍ଳକ ର ଅନେକ ଲୋକ ଚାଷ କରି ଚାଲିଥାନ୍ତି। ଅଂଚଳରେ ପିଆଜ ଚାଷ ଭଲ ହୋଇଥାଏ। ତେଣୁ ଚାଷୀ ଏକର ଏକର ଜମିରେ ପିଆଜ ଚାଷ କରିଥାନ୍ତି।ମାତ୍ର ଏବର୍ଷ ପିଆଜ ଚାଷ ଭଲ ନ ହେବାର କାରଣ କୃଷି ଉଦ୍ୟାନ ବିଭାଗ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ମୁରିବାହାଲ ବ୍ଳକ କୃଷି ଉଦ୍ୟାନ ବିଭାଗ ଚାଷୀ ଙ୍କୁ ପିଆଜ ଚାଷ ପାଇଁ ବିହନ ଦେଇଥିଲା। ଗୋଟିଏ କେ,ଜି(୧ କେ,ଜି) ବିହନ କୁ ୫୦୦ ଟଙ୍କା ଦେଇ କିଣିଥିଲେ ଚାଷୀ,ମାତ୍ର କୃଷି ଉଦ୍ୟାନ ବିଭାଗ ଏହି ବିହନ ରୁ ଭଳ ଅମଳ ହେବ ବୋଲି ଦେଇଥିବା ପ୍ରତିଶ୍ରୁତି ଭୁଲ ପ୍ରମାଣିତ ହୋଇଗଲା।ଯେଉଁ ପିଆଜ ବିହନ ଉନ୍ନତ ମାନର ବୋଲି ବିଭାଗ କହୁଥିଲା। ସେହି ବିହନ ରୁ ବାହାରିଥିବା ପିଆଜ ଚାଷୀ ଙ୍କୁ କନ୍ଧାଇ ସାରିଲାଣି, ଚାଷୀ ନାଁ ଏହି ପିଆଜ କୁ ବିକ୍ରି କରି ପାରୁଛନ୍ତି। ଲୋକେ ଏହି ପିଆଜ କୁ କିଣିବାକୁ ପସନ୍ଦ କରୁଛନ୍ତି। ଏନେଇ ମୁରିବାହାଲ ବ୍ଲକ କୃଷି ଉଦ୍ୟାନ ଅଧିକାରୀ ମନୋବଧ ମାଝୀ ଙ୍କୁ ଫୋନରେ ଯୋଗାଯୋଗ କରିବାରୁ ସେ କହିଥିଲେ ଆମ୍ଭେ ଚାଷୀ ଙ୍କୁ ଉନ୍ନତି ମାନର ବିହନ ଦେଇଥିଲୁ। ଯଦି କ୍ଷୟ କ୍ଷେତି ହୋଇଛି।ତାହା ହେଲେ ଆମ୍ଭ ସହ ଯୋଗାଯୋଗ କଲେ। ସରକାର ଙ୍କ ତରଫରୁ ଯାହା ସୂବିଧା ଅଛି।ତାହା ଆମ୍ଭେ ଚାଷୀ ଙ୍କୁ ପହଂଚାଇବୁ ବୋଲି ପ୍ରକାଶ କରିଛନ୍ତି।ତେବେ ଦେଖିବାକୁ ବାକି ରହିଲା ଉଦ୍ୟାନ ବିଭାଗ କେବେ ଏହି ଗାଁ କୁ ଯାଇ ଏହି ପିଆଜ ଚାଷୀ ମାନଙ୍କୁ କ୍ଷତି ପୂରଣ ପ୍ରଦାନ କରୁଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ