
ଜୟପୁର, ୨୬ ମେ (ହି.ସ.) - ଆଜି ଓଡିଶା ସିଭିଲ ସର୍ଭିସ (ଓସିଏସ)ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଜୟପୁର ସହରର ବ୍ଲକ କୋଲନୀରେ ରହୁଥିବା ଯୁବକ ସ୍ୱାଧିନ ହିକକା ୧୪୬ ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ବ୍ଲକରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଉମା ମାହେଶ୍ୱରୀ ହିକକାଙ୍କ ବଡ ପୁଅ ସ୍ୱାଧିନ ଗତବର୍ଷ ବିଫଳତା ପାଇଥିଲେ । କିନ୍ତୁ ଚଳିତ ବର୍ଷ ଦୈନକ ୧୦ରୁ ୧୨ ଘଂଟା ପରିଶ୍ରମ କରିବା ପରେ ସଫଳତା ପାଇଛନ୍ତି । ଏହିପରି କୃତକାର୍ଯ୍ୟ ଯୁବକ ସ୍ୱାଧିନଙ୍କ ବଡ ଭଭଣୀ ରାମେଶ୍ୱରୀ ହିକକା ଗତ ୨୦୨୩ ମସିହାରେ ଓସିଏସ ସଫଳତା ପାଇଥିବା ବେଳେ ବର୍ତମାନ ସେ କୁନ୍ଦୁରା ବ୍ଲକରେ ସହକାରୀ ଶ୍ରମ ଅଧିକାରୀ ଭାବେ କାର?୍ୟ୍ୟରତ ଅଛନ୍ତି । ସେହିପରି ସାନଭାଇ ସଂଗ୍ରାମ ହିକକା ଗତ ୨୦୨୫ ମସିହାରେ ଏହି ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବର୍ତମାନ ଗଜପତି ଜିଲ୍ଲାରେ ପର୍ଯ୍ୟଟନ ଅଧିକାରୀ ଭାବେ କାର?୍ୟ୍ୟ ରତ ଅଛନ୍ତି । ଗତବର୍ଷ କୃତକାର୍ଯ୍ୟ ଯୁବକ ସ୍ୱାଧିନ ଏହି ସିଭିଲ ସର୍ଭିସ ପରୀକ୍ଷାରେ ପ୍ରିଲିମିନାରୀରେ ସଫଳତା ହାସଲ କରିଥିଲେ ସୁଦ୍ଧା ମେନ୍ ପରୀକ୍ଷାରେ ବିଫଳ ହୋଇଥିଲେ । କିନ୍ତୁ ଚଳିତ ବର୍ଷ ବି.ଏଡ ପାଠ୍ୟକ୍ରମ ପଡୁଥିଲେ ସୁଦ୍ଧା ଏହାକୁ ଅଧାରୁ ବନ୍ଦ କରିବା ସହିତ କେବଳ ଦିନରାତି ସିଭିଲି ସର୍ଭିସ ପାଇଁ ପ୍ରସ୍ତୁତି ଜାରୀ ରଖିଥିଲେ । ଏହିପରି ତାଙ୍କୁ ବଡ ଭଭଣୀ ରାମେଶ୍ୱରୀ ସହାୟତା କରୁଥିଲେ । ପରିବାରର ତିନି ଭାଇଭଇଣୀ ଇଂରୀଜି ଅନର୍ସରେ ସ୍ଥାନୀୟ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଉର୍ତିର୍ଣ୍ଣ ହୋଇଥିବା ବେଳେ ବଡଭଊଣୀ ରାମେଶ୍ୱରୀ ଏବଂ ସାନଭାଈ ସଂଗ୍ରା ଇଂରାଜୀ ସ୍ମାତକତୋର ପାଠ୍ୟକ୍ରମ ଶେଷ କରିଥିଲେ। କିନ୍ତୁ ସ୍ୱାଧିନ କେବଳ ସ୍ମାତକତୋର ବଦଳରେ ବି.ଏଡ ପାଠ୍ୟକ୍ରମରେ ଯୋଗଦାନ ଦେଇଥିଲେ । ଅବିଭକ୍ତ କୋରାପୁଚ ଜିଲ୍ଲା ପାଇଁ ଏହି ପରିବାର ତିନିଜଣ ଗତ ୬ ବର୍ଷ ମଧ୍ୟରେ ସଫଳତା ପାଇ ଉଦାହରଣ ପାଲଟିଛନ୍ତି ଏବଂ ପରିଶ୍ରମ ସବିକ ଦୃଢ ଆତ୍ମବିଶ୍ୱାସ ସଫଳତାକୁ ଆଣିଥାଏ ବୋଲି ଏହିପରି ପରିବାର ତିନି ଭାଇ ଭଉଣୀ ପ୍ରମାଣିତ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି