
ଭୁବନେଶ୍ୱର, ୨୬ ମଇ (ହି.ସ.)- ଆସନ୍ତା ୨୮ ଓ ୨୯ ତାରିଖ ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜିବୀ ମାନଙ୍କୁ ଉତର ଓଡ଼ିଶା ଉପକୂଳ ଏବଂ ବାହାର ସମୁଦ୍ରକୁ ମଧ୍ୟକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି ।
ଏହି ସମୟରେ ଉତର ଓଡ଼ିଶା ଉପକୂଳ ସମୁଦ୍ର ଏବଂ ବାହାରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ତଥା ଏହାର ଝଟକା ୬୦ କି.ମି. ଛୁଇଁପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ