
ଭୁବନେଶ୍ୱର, ୨୬ ମଇ (ହି.ସ.)- କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅନ୍ତର୍ଗତ ଗୌଡ଼ କର୍ଲାଖୁଂଟା ଗ୍ରାମରେ ନିର୍ମାଣଧୀନ ଏକ ପାଇଖାନା ଟାଙ୍କିରେ କାର୍ଯ୍ୟ କରୁଥିବାବେଳେ ୬ ଜଣ ଶ୍ରମିକ ଶ୍ୱାସରୁଦ୍ଧ ଅବସ୍ଥାରେ ମୃତ୍ୟୁବରଣ କରିଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏହି ଘଟଣାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଦୁଃଖ ପ୍ରକାଶ କରିବା ସହ ଏହି ଦୁଃସମୟରେ ଶୋକ ସନ୍ତପ୍ତ ପରିବାର ପ୍ରତି ମା ମାଣିକେଶ୍ୱରୀ ସହାୟ ହୁଅନ୍ତୁ ବୋଲି କହିଛନ୍ତି। ଏହାସହ ଚିକିତ୍ସିତ ଶ୍ରମିକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୪ ଲକ୍ଷ ଅନୁକମ୍ପା ରାଶିକୁ ବୃଦ୍ଧିକରିବାକୁ ପିସିସି ସଭାପତି ଅନୁରୋଧ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା